ବ୍ୟାପକ କ୍ଷତି କରିପାରେ ‘ଅମ୍ପନ’

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): ମହାବାତ୍ୟା ‘ଅମ୍ପନ’ ଭୟଙ୍କର ରୂପ ଧାରଣ କରି ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ସାମୁଦ୍ରିକ ବାତ୍ୟା ବର୍ତ୍ତମାନ କରାଳ ରୂପ ଧାରଣ କରି ପଶ୍ଚିମବଙ୍ଗ ଏବଂ ଓଡିଶା ସ୍ଥଳ ଭାଗ ଅଞ୍ଚଳକୁ ଦୃତ ଗତିରେ ମାଡିଆସୁଛି । ପାଣିପାଗ ବିଭାଗ ଆକଳନ କରିଛି ଯେ ସୁପର ସାଇକ୍ଲୋନନ୍ର ପ୍ରଭାବ ଗତକାଲି ପଶ୍ଚିମବଙ୍ଗରେ ତାଣ୍ଡବଲୀଳା ରଚାଇପାରେ । ବାତ୍ୟା ସମୟରେ ଏବଂ ବାତ୍ୟା ଛାଡିଯିବା ପରେ ଉଦ୍ଧାରକାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ଏନଡିଆରଏଫ ର ୪୧ଟି ଟିମ୍‌ ପଶ୍ଚିମବଙ୍ଗ ଓ ଓଡିଶାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ମୁତୟନ କରଯାଇଥିବା ନେଇ ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି  ସତ୍ୟନାରାୟଣ ପ୍ରଧାନ ।
ଏକୋଇଶି ବର୍ଷ ପରେ ପ୍ରଥମ ଥର କୌଣସି ସୁପର ସାଇକ୍ଲୋନ ଭାରତର ଉପକୂଳ ଅଞ୍ଚଳରେ ମାଡ ହେବାକୁ ଯାଉଛି। ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ସେନା, ବାୟୁସେନା ସହିତ ଏନଡିଆରଏଫକୁ ଆଲର୍ଟ କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଥମ ଥର ଆମେ ଦୁଇଟି ଦୁଇଟି ବଡ ସଙ୍କଟର ମୁକାବିଲା କରୁଛନ୍ତି। ଏହି ସମୟ ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ । ଏହି ବାତ୍ୟା ଫୋନିର ବରାବର। କାଲି କୌଣସି ବି ସମୟରେ ଏହା ସ୍ଥଳଭାଗ ଛୁଇଁପାରେ । ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି ।
ଏନଡିଆରଏଫର ୧୫ ଟିମ୍ ଓଡିଶାରେ କାମ ଆରମ୍ଭ କରି ଦେଇଛନ୍ତି । ୧୯ ଟିମ୍ ପଶ୍ଚିମବଙ୍ଗରେ ନିୟୋଜିତ ଅଛନ୍ତି । ଦୁଇଟି ଟିମ୍‌କୁ ରିଜର୍ଭ ରଖାଯାଇଛି। ରିଜର୍ଭ ଟିମ୍‌କୁ ମିଶାଇ ମୋଟ୍ ୪୧ ଟିମ୍‌ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଲୋକଙ୍କୁ କରୋନା ଭୂତାଣୁ ସଙ୍କଟ ସହ ଏହି ଭୟଙ୍କର ପ୍ରାକୃତିକ ବିପର୍ୟ୍ୟୟ ସହ ସଂଘର୍ଷ କରିବାକୁ ପଡୁଛି ।
ପଶ୍ଚିମବଙ୍ଗର ୬ ଟି ଜିଲ୍ଲାରେ ଉଦ୍ଧାର ଓ ସ୍ଥାନାନ୍ତର ପାଇଁ ସମସ୍ତ ଉଦ୍ୟମ ଚାଲିଛି ବୋଲି ଶ୍ରୀ  ପ୍ରଧାନ ସୂଚନା ଦେଇଛନ୍ତି । ଓଡିଶାର ବାଲେଶ୍ୱର,  ଭଦ୍ରକ ଏବଂ କେନ୍ଦ୍ରାପଡା ଠାରେ ସାତୋଟି ଏନଡିଆରଏଫ  ଦଳ ନିୟୋଜିତ ହୋଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ବିମାନବନ୍ଦରଗୁଡିକ ହାଇ ଆର୍ଲଟରେ ରଖାଯାଇଛି । ପୀଡିତଙ୍କ ପାଇଁ ଥିବା ଆଶ୍ରୟ ଗୃହଗୁଡିକରେ ସାମାଜିକ ଦୂରତା ନିୟମ କିଭଳି ବଜାୟ ରହିବ ସେ ନେଇ ସରକାର ନଜର ରଖିଛନ୍ତି ।

Leave a Reply

Your email address will not be published.