ଥାନାରୁ କୁଖ୍ୟତ ଅପରାଧୀ ଚମ୍ପଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ): ପୋଲିସ ଉପସ୍ଥିତିରେ ଥାନାରୁ କଏଦୀ ଚମ୍ପଟ ହୋଇଛି, ପୁଣି କଟକ-ଭୁବନେଶ୍ଵର କମିଶନରଟେ୍‌ ପୁଲିସ ହେପାଜତରେ।  ଖୋଦ୍‌ ଭୁବନେଶ୍ଵରର ଚନ୍ଦ୍ରଶେଖରପୁର ଥାନାରୁ କଏଦୀ ଚମ୍ପଟ ହୋଇଛି। ଏ ଭିତରେ ୨୪ ଘଣ୍ଟା ବିତିଲାଣି କିନ୍ତୁ  ପୁଲିସ ତାହାଙ୍କୁ ଆଉଥରେ ଧରିବାରେ ସଫଳ ହୋଇପାରି ନାହିଁ।

ସୁଚନାନୁସାରେ , ଏକ କୁଖ୍ୟାତ ହାଇପ୍ରୋଫାଇଲ ଗାଡି ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା  କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେଇଥିଲା । ପୋଲିସ ସେମାନଙ୍କ ନିକଟରୁ ୪ଟି ଗାଡି ଜବତ କରିଥଲା । ଆଉ ସେମାନଙ୍କ ଗ୍ୟାଙ୍ଗରେ କେଉଁମାନେ ଅଛନ୍ତି ପଚରାଉଚରା ପାଇଁ ଚନ୍ଦ୍ରଶେଖରପୁର ଥାନାକୁ ହସ୍ପାନ୍ତର କରାଯାଇଥିଲା । ପୋଲିସ ମଧ୍ୟ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ।

ଗତକାଲି ଏହି ଅଭିଯୁକ୍ତ ହାତରୁ ହ୍ୟାଣ୍ଡକପ ଖୋଲି ଜଣେ ମହିଳା ପୋଲିସ ଉପରକୁ ଫୋପାଡିଦେଇ ଥାନାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ପୋଲିସ କର୍ମଚାରୀ ତାକୁ ପିଛା କରି ମଧ୍ୟ ତାର ଟେର ପାଇ ନ ଥିଲେ । ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଏ ଘଟଣା ଲୋକ ଲୋଚନକୁ ଆସିନଥିଲା । ହେଲେ ଆଜି ଘଟଣା ସାମ୍ନାକୁ ଆସିବା ପରେ କମିଶନରେଟ ପୋଲିସର ପାରିବା ପଣିଆ ପଦାରେ ପଡିଛି ।

Leave a Reply

Your email address will not be published.