ପୋଲିସ କର୍ମଚାରୀଙ୍କୁ କୋରୋନା


ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):   କଟକ- ଭୁବନେଶ୍ୱର କମିଶନରେଟ ପୋଲିସର ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ କୋରୋନା ହୋଇଥିବା ଜଣାପଡିଛି । ପୋଲିସ କର୍ମଚାରୀଙ୍କୁ ୩୬ ବର୍ଷ ବୟସ ହୋଇଥିବା ବେଳେ ସେ ଲକ୍ଷଣ ବିହୀନ ଥିଲେ। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।

ବାହାର ରାଜ୍ୟ ଶ୍ରମିକଙ୍କ ସଂସ୍ପର୍ଶରେ ଆସି କୋରୋନା ହୋଇଥିବା ଆଶଙ୍କା କରାଯାଇଛି । ସମ୍ପୃକ୍ତ କର୍ମଚାରୀ ଜଣଙ୍କ ଛୁଟିରୁ ଫେରିବା ପରେ ଟେଷ୍ଟ ହୋଇଥିଲା । ଚିହ୍ନଟ ହୋଇଥିବା ସମ୍ପୃକ୍ତ କର୍ମଚାରୀଙ୍କୁ କୋଭିଡ  ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପୋଲିସ କର୍ମଚାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ସୁଚନାମୁତାବକ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୦୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୬୬୬ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି । ୫ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.