ଦୁର୍ବଳ ହେଉଛି ମହାବାତ୍ୟା ‘‘ଅମ୍ପନ’’
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ସମୁଦ୍ର ମଧ୍ୟରେ ଦୁର୍ବଳ ହେବାକୁ ଲାଗିଛି ମହାବାତ୍ୟା ଅମ୍ପନ । ଧୀରେ ଧୀରେ ତାର ଶକ୍ତି ହରାଉଛିି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ସାଂଘାତିକ ବାତ୍ୟାରେ ପରିଣତ ହେବ । ତେବେ ଏହା ଅତି ଭୀଷଣ ରୂପ ନେଇ ଉତ୍ତର ପୂର୍ବ ଦୀଗକୁ ମୁହାଁଇବ ବୋଲି କୁହାଯାଇଛି । ଓଡିଶାର ଦୁଇଟି ଜିଲ୍ଲା ଜଗସିଂହପୁର ଓ କେନ୍ଦ୍ରପଡା ଅମ୍ପନ୍ର କମ୍ପନ ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାବାଦ୍ଭ ଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି ।
ତେବେ ବାତ୍ୟା ଅମ୍ପନ ହେତୁ ଓଡିଶାକୁ ବିପଦ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି । ବିଶେଷ କରି ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ ରୁ ୧୨୦ କିମି ରହିବ । ଅନ୍ୟପଟେ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୧୨୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଉତ୍ତର ଉପକୂଳ ଓଡିଶାରେ ୪ଟି ଜିଲ୍ଲା ବେଶୀ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏ ସବୁ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ୪ଟି ଜିଲ୍ଲା ହେଉଛି ଭଦ୍ରକ, ବାଲେଶ୍ୱର, ଜଗସିଂହପୁର ଓ କେନ୍ଦ୍ରାପଡା। ଏଠାରେ କଚ୍ଚା ଘରେ ଥିବା ଲୋକଙ୍କୁ ଆଶ୍ରୟ ସ୍ଥଳିକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ସମ୍ଭାବ୍ୟ ଦୁର୍ଘଟଣା ଏଡାଇବା ପାଇଁ ରାସ୍ତା କଡରେ ଲାଗିଥିବା ହୋଡିଂ ଓ ବିଜ୍ଞାପନ ବୋର୍ଡ ଗୁଡିକୁ ହଟାଇ ଦିଆଯାଇଛି । ସୁରକ୍ଷିତ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ ବି କରାଯାଉଛି । ବିଭିନ୍ନ ସ୍ଥାନରେ ଏନଡିଆରଏଫ, ଓଡ୍ରାଫ ଟିମ ମୃତୟନ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ଥୁତ ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ର ୧୨ଟି ଟିମ ମୃତୟନ ହୋଇଛନ୍ତି ।