#corona Update: ରାଜ୍ୟରେ ୬୧ ନୂଆ ରୋଗୀ, ସମୁଦାୟ ପଜିଟିଭ୍ ୬୭୨
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଗଲା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୬୭୨ରେ ପହଞ୍ଚିଛି। ଏହାଦ୍ଵାରା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ହୋଇଛି। ୧୫୮ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଗତକାଲି ଅପରାହ୍ଣରେ ଯାଜପୁର ଜିଲ୍ଲାର ୧୫ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଓ ବାଲେଶ୍ଵରରେ ୧୨ଜଣ ହୋଇଥିବା ବେଳେ ପୁରୀରେ୧୦ଜଣ ଓ ଭଦ୍ରକରେ ୬ଜଣଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ରାପଡ଼ାରୁ ୧୩ଜଣଙ୍କୁ ଚିହ୍ନଟ କରାଯାଇଛି।