ପରଲୋକରେ ସୁବାସ ଚୌହାନ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବରଗଡ଼ର ଲୋକ ନେତା ସୁବାସ ଚୌହାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଅବିବାହିତ ଥିଲେ। ଭୁବନେଶ୍ଵରର ଏକ ହସ୍ପିଟାଲ୍ରେ ଦୀଘ;ଦିନ ଧରି ଚିକିତ୍ସା ହେଉଥିବା ଅବସ୍ଥାରେ ତାଘଙ୍କ ମୃତ୍ୟୁ ଘଟିଛି। ଆଜି ପାହାନ୍ତା ୩ଟା ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସେ ଯକୃତ କ୍ୟାନ୍ସରରେ ପୀଡ଼ିତ ଥିଲେ।
୧୯୬୬ ମସିହାରେ ବରଗଡ଼ଠାରେ ସୁବାସଙ୍କ ଜନ୍ମ ହୋଇଥିଲା। ଛାତ୍ରାବସ୍ଥାରୁ ଶ୍ରୀ ଚୌହାନ ଜଣେ କଠୋର ହିନ୍ଦୁ ଜାତୀୟତାବାଦୀ ନେତା ଭାବେ ପରିଚିତ। ରାଜ୍ୟରେ ବଜରଙ୍ଗ ଦଳର ପ୍ରତିଷ୍ଠା ତଥା ସଂଂଗଠନ ମଜଭୁତିରେ ତାଙ୍କର ଗୁରୁତ୍ଵପୂଣ୍ଣ ଭୂମିକା ରହିଥିଲା। ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସୁବାସ ଚୌହ୍ୱାନ ହିନ୍ଦୁ ଜାଗରଣ ମଞ୍ଚର ଓଡ଼ିଶା ପ୍ରଦେଶର ସଭାପତି ଥିଲେ । ୨୦୦୦ ରୁ ୨୦୦୩ ପର୍ଯ୍ୟନ୍ତ ସେ ଆରଏସଏସ ର ଯୁଗ୍ମ ପ୍ରଚାର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ୨୦୧୧ ରେ ସେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ଆବାହକ ମଧ୍ୟ ଥିଲେ । ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ସେ ଓଡ଼ିଶା ବଜରଙ୍ଗ ଦଳର ଆବାହକ ଦାୟିତ୍ୱରେ ଥିଲେ । ୨୦୦୬ ରୁ ୨୦୦୭ ବର୍ଷେ ଯାଏଁ ବଜରଙ୍ଗ ଦଳର ଜୋନାଲ୍ ଆବାହକ ଥିଲେ । ୨୦୦୮ ମସିହାରେ ବଜରଙ୍ଗ ଦଳର ଜାତୀୟ ସହ ଆବାହକ ଦାୟିତ୍ୱ ପାଇଥିଲେ । ୨୦୧୦ ଜୁଲାଇ ମାସରେ ବଜରଙ୍ଗ ଦଳର ଜାତୀୟ ଆବାହକ ଭାବେ ନିଯୁକ୍ତି ପାଇ ୨୦୧୨ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟିରୁ ନିରାଶ ହୋଇ ସେ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ତାଙ୍କୁ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବାକୁ ସୁଯୋଗ ମିଳି ନଥିଲେ ବି ନିର୍ବାଚନ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ରାଜନୀତିକ ନିଯୁକ୍ତି ମିଳିଥିଲା।
ପରିଷଦକୁ ସେ ବେଶ୍ କ୍ରୀୟାଶୀଳ କରିବାକୁ ଚାହିଁଥିଲେ। ଦୀର୍ଘଦିନ ଧରି ଅଚଳ ପଡ଼ିଥିବା ଏହି ସଂସ୍ଥାର ଆଭିମୁଖ୍ୟକୁ ଲୋକଙ୍କ ସମ୍ମୁଖକୁ ଆଣିବା ଲାଗି ସୋଶାଲ୍ ମିଡିଆକୁ ଯଥେଷ୍ଟ ବ୍ୟବହାର କରିଥିଲେ। କିନ୍ତୁ ହଠାତ୍ ଦିନେ କଳାହାଣ୍ଡିର ଏକ ବୈଠକ ପରେ ଆଉ ଦେଖିବାକୁ ମିଳି ନଥିଲା। ସେ ଯକୃତ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଲା ପରେ ମୁମ୍ବାଇରେ ଚିକିତ୍ସିତ ହେଉଥଇଲେ।