#IndiaFightsWithCorona: ଆଶା ସଞ୍ଚାର କଲା ୟୁଭି ବ୍ଲାଷ୍ଟର୍

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସହ ଲଢୁଛି ସାରା ବିଶ୍ଵ। ଆମ ଦେଶ ମଧ୍ୟ କରୋନାକୁ ହରାଇବା ପାଇଁ ଯୁଦ୍ଧ ଜାରି ରଖିଛି। ଏହିକ୍ରମରେ ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା(DRDO) ଏକ ସ୍ଵତନ୍ତ୍ର ଉପକରଣ ପ୍ରସ୍ତୁତ କରିଛି। ୟୁଭି ବ୍ଲାଷ୍ଟର ନାମକ ଏହି ଉପକରଣ ୟୁଭି ଡିସଇନଫେକ୍ସନ ଟାଓ୍ଵାର (UV blaster tower) ମେସିନ୍‌ ନିର୍ମାଣ ହେବା ଫଳରେ ଅନେକ ଆଶା ସଞ୍ଚାର ହୋଇଛି। ଏହା କରୋନା ଭାଇରସ୍‌ ସହ ଲଢ଼ିବାରେ ଖୁବ୍‌ ସହାୟକ ହେବ। ଏପରିକି ଘରକୁ୧୦ ମିନିଟ୍‌ରେ ଭାଇରସ୍‌ମୁକ୍ତ କରିବାରେ ଉକ୍ତ ମେସିନ୍‌ ସକ୍ଷମ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଡିଆର୍‌ଡିଓ ଅନୁସାରେ ଏହି ୟୁଭି ବ୍ଲାଷ୍ଟର ଦ୍ଵାରା ଅତି କମ୍‌ ସମମୟରେ ଭାଇରସ୍‌ ମୁକ୍ତ କରାଯାଇ ପାରିବ। ଲେଜର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର ଗୁରୁଗ୍ରାମର କମ୍ପାନୀ ନ୍ୟୁ ଏଜ ଇନଷ୍ଟ୍ରୁମେଣ୍ଟ ଆଣ୍ଡ ମ୍ୟାଟେରିୟାଲ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ଉକ୍ତ  ମେସିନ୍ ନିର୍ମାଣ ହୋଇଛି। ଡିଆରଡିଓ ପକ୍ଷରୁ କୁହାଯାଇଛି ଯେ ୟୁଭି ବ୍ଲାଷ୍ଟର ଜରିଆରେ କମ୍ପ୍ୟୁଟର ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦକୁ କୀଟାଣୁ ମୁକ୍ତ ଲରାଯାଇ ପାରିବ। ଏହି ମେସିନକୁ ବିମାନ ବନ୍ଦର, ସପିଂ ମଲ, ମେଟ୍ରୋ, ଫ୍ୟାକ୍ଟ୍ରି ଓ ଅଫିସ୍‌ରେ ବ୍ୟବହାର କରାଯାଇ ପାରିବ। ଏହାକୁ ଓ୍ଵାଇଫାଇ ଜରିଆରେ ମଧ୍ୟ ଦୂରରୁ କ୍ରିୟାଶୀଳ କରାଯାଇ ନିର୍ଦ୍ଦିଷ୍ଟ ସ୍ଥାନକୁ ଭାଇରସ୍‌ ମୁକ୍ତ କରାଯାଇପାରିବ।

ପ୍ରକାଶଥାଉ କି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ହଜାର ପାଖେଇଲାଣି। ସେହିପରି ୧୩୮୯ ଜଣଙ୍କ ପ୍ରାଣ ଚାଲିଗଲାଣି।

 

Leave a Reply

Your email address will not be published. Required fields are marked *