ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଇସ୍ତଫା ଦେଇଥିବା କାରଣରୁ ଉଦ୍ଧବ ଠାକ୍ରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଭାବେ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ ଏବଂ ‘ଫ୍ଲୋର୍ ଟେଷ୍ଟ୍’ ଡକାଇ ରାଜ୍ୟପାଳ ମଧ୍ୟ ଆଇନଗତ ତ୍ରୁଟି କରିଛନ୍ତି । ତତ୍କାଳୀନ ରାଜ୍ୟପାଳଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଆଜି ଉଦ୍ଧବ ଠାକ୍ରେ ଓ ଏକନାଥ ସିନ୍ଦେ ବିବାଦରେ ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, ଉଦ୍ଧବ ଠାକ୍ରେ ତାଙ୍କ ଦଳର ବିଧାୟକମାନଙ୍କ ସମର୍ଥନ ହରାଇଛନ୍ତି ବୋଲି ‘ଶିବସେନା’ର ଆଉ ଏକ ଗୋଷ୍ଠୀର ବିଧାୟକମାନଙ୍କ ପ୍ରସ୍ତାବନା ଉପରେ ଭରସା କରି ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ଭଗତ ସିଂହ କୋଶିୟାରି ତ୍ରୁଟି କରିଛନ୍ତି । ତାଙ୍କର ଏଭଳି ନିଷ୍ପତ୍ତି ଭାରତର ସମ୍ବିଧାନର ବିରୁଦ୍ଧାଚରଣ କରୁଛି । ଦଳର ଅଭ୍ୟନ୍ତରୀଣ ବିବାଦ ସମାଧାନ କରିବା ପାଇଁ ସଂଖ୍ୟାଗରିଷ୍ଠତା ବା ‘ଫ୍ଲୋର୍ ଟେଷ୍ଟ’ ଉପଯୋଗ କରାଯାଇପାରିବ ନାହିଁ ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଦେବେନ୍ଦ୍ର ଫଡ଼ନବୀସ ଏବଂ ସ୍ୱାଧୀନ ବିଧାୟକମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିନଥିବାବେଳେ ରାଜ୍ୟପାଳ ନିଜର ନିର୍ଣ୍ଣୟ ନିର୍ଣ୍ଣୟ ପ୍ରୟୋଗ କରିବା ଆଇନସମ୍ମତ ନୁହେଁ ।
ତତ୍କାଳୀନ ରାଜ୍ୟପାଳଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ଗତବର୍ଷ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବିଦ୍ରୋହ କରିଥିବା ସିନ୍ଦେଙ୍କୁ କିମ୍ବା ଆଉ ୧୫ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଏ ମାମଲାରେ ବିଚାରପତିମାନଙ୍କର ବୃହତ୍ତର ଖଣ୍ଡପୀଠ ରାୟ ଶୁଣାଇବା ପର୍ଯ୍ୟନ୍ତ ବାଚସ୍ପତିଙ୍କ ହାତରେ ସମସ୍ତ କ୍ଷମତା ରହିବ । ପ୍ରକୃତ ‘ଶିବସେନା’ କିଏ, ତାହା ବାଚସ୍ପତି ଓ ନିର୍ବାଚନ କମିସନ ସ୍ଥିର କରିବେ । ଅଯୋଗ୍ୟତା ପ୍ରସଙ୍ଗ ମଧ୍ୟ ବାଚସ୍ପତି ସ୍ଥିର କରିବେ ।
ସର୍ବୋଚ୍ଚ ଅଦାଲତ ପୁଣି କହିଛନ୍ତି, ଯଦି ଉଦ୍ଧବ ଠାକ୍ରେ ଇସ୍ତଫା ଦେଇନଥାନ୍ତେ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀଭାବେ ଅବସ୍ଥାପିତ କରାଯାଇ ପାରିଥାଆନ୍ତା । ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଠାକ୍ରେଙ୍କ ପ୍ରମୁଖ ସହଯୋଗୀ ସଞ୍ଜୟ ରାଉତ କହିଛନ୍ତି ।