‘ମନ୍ କି ବାତ୍’ର ୧୦୦ତମ ଏପିସୋଡ୍:ବାଲୁକା ଶିଳ୍ପରେ ୧୦୦ ରେଡିଓ ମଧ୍ୟରେ ନରେନ୍ଦ୍ର ମୋଦି
ଭୁବନେଶ୍ୱର,(ଓଡ଼ିଶାଟାଇମ): ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ମନ୍ କି ବାତ୍ର ୧୦୦ତମ ଏପିସୋଡ୍ ପାଳନ କରିବା ଅବସରରେ ୧୦୦ଟି ରେଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲୁକା ମୂର୍ତ୍ତି ତିଆରି କରିଛନ୍ତି । ପାଖାପାଖି ୭ ଟନ୍ ବାଲି ବ୍ୟବହାର କରି ସୁଦର୍ଶନ ୮ ଫୁଟ ଉଚ୍ଚବାଲୁକା କଳା ତିଆରି କରିଛନ୍ତି । ସେ ୧୦୦ଟି ବାଲୁକା ରେଡିଓରୁ ପ୍ରଧାନମନ୍ତ୍ରୀଙ୍କ ଏକ ବାଲୁକା ପ୍ରତିମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି । ତାଙ୍କ ବାଲୁକା କଳା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କ ସହ ମିଶି ମୂର୍ତ୍ତି ନିର୍ମାଣ କରିଛନ୍ତି ।
ଏପ୍ରିଲ ୩୦ରେ ୧୦୦ ଏପିସୋଡ୍ ପୂରଣ କରିବ ‘ମନ୍ କି ବାତ୍’
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ମୁଁ ବିଭିନ୍ନ ସମୟରେ ମନ୍ କି ବାତ୍ ରେ କିଛି ବାଲୁକା ମୂର୍ତ୍ତି ନିର୍ମାଣ କରିଥିଲି । ଏହାବ୍ୟତୀତ ବିଶ୍ୱ ରେଡିଓ ଦିବସ ଭଳି ଅବସରରେ ରେଡିଓରେ ବାଲୁକା ମୂର୍ତ୍ତି ମଧ୍ୟ ତିଆରି କରାଯାଇଥିଲା । ଅକ୍ଟୋବର ୩, ୨୦୧୪ରେ ପ୍ରଥମ ଥର ପାଇଁ ପ୍ରସାରିତ ହୋଇଥିବା ମୋଦିଙ୍କ ଫ୍ଲାଗସିପ୍ ରେଡିଓ ଅଭିଭାଷଣ ଏପ୍ରିଲ ୩୦ରେ ୧୦୦ ଏପିସୋଡ୍ ପୂରଣ କରିବ।
ସାମାଜିକ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି
ପଦ୍ମ ପୁରସ୍କାର ପ୍ରାପ୍ତ ଏହି କଳାକାର ବର୍ତ୍ତମାନ ସୁଦ୍ଧା ବିଶ୍ୱର ୬୦ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତା ଏବଂ ଉତ୍ସବରେ ଅଂଶଗ୍ରହଣ କରି ଅନେକ ପୁରସ୍କାର ଜିତିଛନ୍ତି । ସେ ସବୁବେଳେ ନିଜ ବାଲୁକା କଳା ମାଧ୍ୟମରେ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି । ତାଙ୍କ ବାଲୁକା କଳାକୁ ଜାତିସଂଘ, ଡବ୍ଲୁଏଚଓ ଏବଂ ଜାତିସଂଘ ପରିବେଶ ପ୍ରଶଂସା କରିଛନ୍ତି ।
‘ମନ୍ କି ବାତ୍’ ଏପିସୋଡ୍ କେବେ ଆରମ୍ଭ ହୋଇଥିଲା ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ର ୧୦୦ତମ ଏପିସୋଡ୍କୁ ଐତିହାସିକ କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଦେଶର ୪ ଲକ୍ଷ କେନ୍ଦ୍ରରେ ଏହି ୧୦୦ତମ ଏପିସୋଡ୍ର ସିଧା ପ୍ରସାରଣ କରାଯିବ । ୨୦୧୪ ମସିହା ଅକ୍ଟୋବର ୩ ତାରିଖରେ ‘ମନ୍ କି ବାତ୍’ର ପ୍ରସାରଣ ଆରମ୍ଭ ହୋଇଥିଲା । ଏହା ୫୨ଟି ଭାରତୀୟ ଭାଷା ଓ ଉପଭାଷା ଏବଂ ୧୧ଟି ବିଦେଶୀ ଭାଷାରେ ପ୍ରସାରିତ ହେଉଛି । ଜାନୁଆରୀ ୨୭, ୨୦୧୫ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।