ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ

ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାଶ୍ୱିର୍କ ପରିସ୍ଥିତି ଅନେକାଂଶରେ ଭଲ ରହିବ । ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା ଅନୁଭବରେ ଆସିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଧାର୍ମିକ ହେବେ ।

ବୃଷ

ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଥଣ୍ଡା କାଷ ହୋଇପାରେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମିଥୁନ

କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । କେତେକ କାମ ସକାଶେ ପରିବାର ଭିତରୁ ସମାଲୋଚିତ ହେବାକୁ ପଡିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ

ଆଜିର ପରିସ୍ଥିତି ବହୁତ ଭଲ ରହିବ ଏବଂ ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧୁରିଯିବ । ବନ୍ଧୁ ଜରିଆରେ ଆକସ୍ମିକ ଭାବରେ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ସିଂହ

ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ । ବହୁତ ଅନୁସନ୍ଧାନ ପରେ ଅପରାହ୍ନରେ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସୁଖ ଅନୁଭବ କରିବେ ।

କନ୍ୟା

କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡି ଭୁଲ୍ ମାର୍ଗ ଅନୁସରଣ କରି ପଶ୍ଚାତ୍ତାପ କରିବାକୁ ପଡିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ତୁଳା

ପ୍ରତ୍ୟେକ କାମରେ ସଫଳତାରୁ ମାନସିକ ସ୍ଥିତି ଭଲ ରହିବ । ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନ ରେ ସମସ୍ୟା ଲାଗି ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ୯ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବିଛା

ପରିବାରର ବିଭିନ୍ନ ପ୍ରକାର ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ବନ୍ଧୁଙ୍କୁ ଅନୁନୟ ବିନୟ କରି ଧାର କରଜ କରି ଆବଶ୍ୟକତା ଚଳାଇ ନେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ଧନୁ

ଆଜିର କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିବେ । ପାରିବାରିକ, ପ୍ରକାଶନ, ପ୍ରଶାସନ,ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସମ୍ପର୍କୀୟଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମକର

ଆଜି ସାଧାରଣ କଥାକୁ କେନ୍ଦ୍ର କରି କଳହର ସମ୍ମୁଖୀନ ହୋଇପାରନ୍ତି । ଇଚ୍ଛା ନ ଥିଲେ ମଧ୍ୟ ଘରର କେତେକ ଆତ୍ୟାବଶ୍ୟକ ଜିନିଷ ଆଣିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

କୁମ୍ଭ

ଟେନ୍‌ସନ ଲାଗି ରହିଲେ ମଧ୍ୟ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ, ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସୁଖ ଅନୁଭବ କରିବେ ।

ମୀନ

ଗତକାଲି ଠାରୁ ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । କର୍ମକ୍ଷେତ୍ରରେ ଈର୍ଷାପର ବନ୍ଧୁମାନେ ସମ୍ମୁଖରେ ନୀରବ ରହି ପରେ ବହୁତ କଥା କହିବେ । ଆତ୍ମୀୟସ୍ୱଜନ କିମ୍ବା ଗୁରୁଜନଙ୍କ ସ୍ୱାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

Leave a Reply

Your email address will not be published. Required fields are marked *