ସୋଆରେ ୫ ଦିନିଆ ଯନ୍ତ୍ରପାତି କୌଶଳ ଉପରେ ଆଲୋଚନା

ଭୁବନେଶ୍ୱର, ୨୪/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ୫ ଦିନିଆ ଭର୍ଚୁଆଲ୍ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ ହୋଇଯାଇଛି । ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୩୦ ରୁ ଊର୍ଦ୍ଧ୍ୱ ଅଧ୍ୟାପକ ଏବଂ ଗବେଷକ ଯୋଗ ଦେଇ ଯନ୍ତ୍ରପାତି କୌଶଳ, ସାମଗ୍ରୀର ଚିହ୍ନଟ ଏବଂ ଚରିତ୍ରକରଣ ଅଗ୍ରଗତି ଉପରେ ଆଲୋଚନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ମ୍ୟାଟେରିଆଲ୍ ସାଇନ୍ସ, ଫାର୍ମାସି, ବାୟୋଟେକ୍ନୋଲୋଜି ଏବଂ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ । ସୋଆ ଅଧିନସ୍ଥ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ରସାୟନ ବିଭାଗ ଓ କାଲାପକମ୍ ସ୍ଥିତ ଇନ୍ଦିରା ଗାନ୍ଧୀ ସେଂଟର୍ ଫର୍ ଅଟୋମିକ୍ ରିସର୍ଚ୍ଚ (ଆଇଜିସିଏଆର୍‌)ର ସୋସାଇଟି ଫର୍ ଆଡଭାନ୍ସମେଂଟ ଅଫ୍ କେମିକାଲ୍ ସାଇନ୍‌ସେସ୍ ଆଣ୍ଡ ଏଜୁକେସନ୍‌ର ମିଳିତ ସହଯୋଗରେ ଏହି ଭର୍ଚୁଆଲ୍ ପ୍ରୋଗ୍ରାମ୍ ଆୟୋଜିତ ହୋଇଥିଲା ।
ରସାୟନ ବିଭାଗର ମୁଖ୍ୟ ତଥା ଏଫଡିପିର କନ୍‌ଭେନର୍ ଡ. ସୁଜାତା ମିଶ୍ର କହିଥିଲେ ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଆବିଷ୍କାର ତଥା ଜ୍ଞାନକୁ ପ୍ରସାରିତ ହେବାରେ ସହାୟକ ହେବା ନିମନ୍ତେ ନିୟୋଜିତ ଆଧୁନିକ ଯନ୍ତ୍ର ଗୁଡ଼ିକ ବିଷୟରେ ଶିକ୍ଷିତ କରିବା ।
ହୋମି ଭାବା ଜାତୀୟ ପ୍ରତିଷ୍ଠାନର ରସାୟନ ବିଜ୍ଞାନ ବିଭାଗର ଡିନ୍ (ଏକାଡେମିକ୍‌) ପ୍ରଫେସର ସି.ଭି.ଏସ୍‌. ବ୍ରହ୍ମାନନ୍ଦ ରାଓ ଉଦ୍‌ଘାଟନୀ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଜିସିଏଆର୍‌ରେ ରେଡିଓକେମିଷ୍ଟ୍ରି ଲାବୋରେଟୋରୀର କାର୍ଯ୍ୟକଳାପ ଏବଂ ବିଭିନ୍ନ ପ୍ରକାରର ଆନାଲିଟିକାଲ୍ କୌଶଳ ବ୍ୟବହାର କରି ନ୍ୟୁକ୍ଲିୟର୍ ଟେକ୍ନୋଲୋଜି ଏବଂ ନ୍ୟୁକ୍ଲିୟର୍ ଫୁଏଲ୍ ସାଇକଲ୍ ସଂକ୍ରାନ୍ତ ସଫଳତା ଉପରେ ଆଲୋକପାତ କରିଥିଲେ ।
ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅନୁସନ୍ଧାନ ଏବଂ ନୂତନତ୍ୱର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।
ଜରୁରୀକାଳୀନ ବ୍ୟବସ୍ଥାକୁ ପୁରଣ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଅନୁସନ୍ଧାନ କାର୍ଯ୍ୟକଳାପ ନିମନ୍ତେ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍ ଉପଯୋଗୀ ହେବ ବୋଲି ସୋଆର ପ୍ରୋ – ଭାଇସ୍ ଚ୍ୟାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ । ବର୍ତମାନ ସୋଆରେ କରାଯାଉଥିବା ବିଭିନ୍ନ ଗବେଷଣା କାର୍ଯ୍ୟକଳାପ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆଇଜିସିଏଆର୍‌ର ଆନାଲିଟିକାଲ୍ ରସାୟନ ବିଭାଗ, ମ୍ୟାଟେରିଆଲ୍ କେମିଷ୍ଟ୍ରି ଆଣ୍ଡ ମେଟାଲ୍ ଫୁଏଲ୍ ସାଇକଲ୍ ଗ୍ରୁପ୍‌ର ମୁଖ୍ୟ ଡ. ଏସ୍ ବିଜୟାଲକ୍ଷ୍ମୀ, ଏଫ୍‌ଡିପି ର କୋ-କନ୍‌ଭେନର୍ ଏବଂ କେମିଷ୍ଟ୍ରି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ପି.ଜି.ଆର୍‌. ଆଚାରୀ ଏବଂ ଉକ୍ତ ବିଭାଗର ସହକାରୀ ପ୍ରଫେସର ଡ. ସଂଘମିତ୍ରା ପ୍ରଧାନ ସମସ୍ତ ଅଂଶ ଗ୍ରହଣକାରୀକୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published.