ତେଜପତ୍ରରେ କି କି ଉପକାରୀ ଗୁଣ ରହିଛି, ପଢନ୍ତୁ
ଭୁବନେଶ୍ୱର, (ଓଡିଶା ଟାଇମ୍): ତେଜପତ୍ରକୁ ଖାଲି ଯେ ଚା’ରେ ବ୍ୟବହାର କରାଯାଏ, ତା’ନୁହେଁ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଔଷଧୀୟ ଗୁଣରେ ଭରପୂର ତେଜ ପତ୍ର ମଧୁମେହ ଭଳି ରୋଗରୁ ବି ଉପଶମ ଦେଇଥାଏ ।
ଭିଟାମିନ୍ ଏ ଓ ସି ଭଳି ତତ୍ୱରେ ଭରି ରହିଥିବା ତେଜ ପତ୍ରରେ ଆଉ କେଉଁ ସବୁ ଗୁଣ ରହିଛି, ଜାଣନ୍ତୁ …
ତେଜ ପତ୍ରକୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏଥିରେ ଭିଟାମିନ୍ ଏ ଓ ସି ବ୍ୟତିତ ଫୋଲିକ୍ ଏସିଡ୍ ମଧ୍ୟ ରହିଛି । ମସଲା ଭାବେ ବ୍ୟବହୃତ ହେଉଥିବା ତେଜ ପତ୍ର ପେଟ ଜନିତ ଅନେକ ସମସ୍ୟାରୁ ଉପଶମ ଦେଇଥାଏ ।
ଏକ ରିପୋର୍ଟ ଅନୁଯାୟୀ ତେଜ ପତ୍ର ଶରୀରରେ ଗ୍ଲୁକୋଜ୍ ସ୍ତରକୁ କମ୍ କରିବା ସହ କୋଲେଷ୍ଟ୍ରୋଲକୁ ବି ନିୟନ୍ତ୍ରଣରେ ରଖିଥାଏ ।
ଏଥିରେ କପର୍, ପୋଟାସିୟମ୍, କ୍ୟାଲସିୟମ୍ ମାଙ୍ଗାନିଜ, ସେଲେନିୟମ୍ ଓ ଆଇରନ୍ ଭଳି ପୋଷକ ତତ୍ୱ ଭରପୂର ମାତ୍ରାରେ ରହିଛି । ଯାହା ସ୍ୱାସ୍ଥ୍ୟ ଲାଗି ଲାଭଦାୟକ ହୋଇଥାଏ ।
କବ୍ଚ ଓ ଏସିଡିଟି ଭଳି ସମସ୍ୟାରୁ ଉପଶମ ଦେଇଥାଏ ତେଜ ପତ୍ର ।
ଯଦି ଆପଣଙ୍କର ନିଦ ଜନିତ ସମସ୍ୟା ରହିଛି, ତାହେଲେ ତେଜ ପତ୍ର ସେବନ ଦ୍ୱାରା କିଛିଟା ଉପଶମ ମିଳି ପାରିବ ।
ଏଥିରେ ଆଣ୍ଟିଇଫ୍ଲେମେଟେରୀ ଗୁଣ ଭରି ରହିଛି । ଯାହା ଦାନ୍ତ ଯନ୍ତ୍ରଣାକୁ ଦୂର କରିଥାଏ । ଏପରିକି ତେଜ ପତ୍ରରେ ଥିବା ଭିଟାମିନ୍ ସି ଦାନ୍ତର ମାଢି ଗୁଡିକୁ ମଜଭୁତ କରିବାରେ ସହାୟକ ହୋଇଥାଏ ।
ତେଜ ପତ୍ରରେ ଭରପୂର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ । ଭିଟାମିନ୍ ‘ଏ’ ଆଖି ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସହାୟକ ହେଉଥାଏ ।