ଚୀନ୍ରୁ ରଙ୍ଗୀନ୍ ଟିଭି ସେଟ୍ ଆମଦାନୀ ଉପରେ ପ୍ରତିବନ୍ଧକ
ଘରୋଇ ଉତ୍ପାଦନ (ମେକ୍ ଇନ୍ ଇଣ୍ଡିଆ) କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାର କହିଛନ୍ତି । ଆମଦାନୀ ଉପରେ ପ୍ରତିବନ୍ଧକ ମେକ୍ ଇନ୍ ଇଣ୍ଡିଆକୁ ପଦକ୍ଷେପକୁ ମଜବୁତ କରିବ । କିନ୍ତୁ ଭାରତର ଏହି ନିଷ୍ପତ୍ତି ଯୋଗୁଁ ଚୀନ୍ ବଡ଼ କ୍ଷତି ସହିବାକୁ ଯାଉଛି ।
ଅର୍ଥନୈତିକ କ୍ଷେତ୍ରରେ ଭାରତ ଚୀନ୍କୁ କ୍ରମାଗତ ଭାବେ ଝଟ୍କା ଦେବାରେ ଲାଗିଛି । ଏବେ ଭାରତ ସରକାର ଚୀନ୍ରୁ ରଙ୍ଗୀନ୍ ଟେଲିଭିଜନ ସେଟ୍ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଚୀନ୍ରୁ ରଙ୍ଗ ଟେଲିଭିଜନ ବହୁ ପରିମାଣରେ ଆମଦାନୀ ହେଉଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହାକୁ ତୁରନ୍ତ ଏହି ନିଷ୍ପତ୍ତିକୁ ଲାଗୁ କରିଛନ୍ତି । ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଭାରତ ସରକାର କହିଛନ୍ତି । ଆମଦାନୀ ଉପରେ ପ୍ରତିବନ୍ଧକ ମେକ୍ ଇନ୍ ଇଣ୍ଡିଆକୁ ମଜବୁତ କରିବ । କିନ୍ତୁ ଭାରତର ଏହି ନିଷ୍ପତ୍ତି ଚୀନ୍ ପାଇଁ ଆର୍ଥିକ କ୍ଷେତ୍ରରେ ଏକ ବଡ଼ କ୍ଷତି ଘଟାଇବାକୁ ଯାଉଛି ।
ଟେଲିଭିଜନ ଆମଦାନୀ ନିୟମରେ ପରିବର୍ତ୍ତନ
ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏକ ବିଜ୍ଞପ୍ତିରେ କହିଛି ଯେ ରଙ୍ଗୀନ୍ ଟେଲିଭିଜନର ଆମଦାନୀ ନୀତିରେ ପରିବର୍ତ୍ତନ କରାଯାଇଛି, ବର୍ତ୍ତମାନ ଏହାକୁ ସୀମିତ ବର୍ଗରେ ରଖାଯାଇଛି । ସରକାର କହିଛନ୍ତି ଯେ ଆତ୍ମନିର୍ଭର ଯୋଜନାକୁ ସଫଳ କରିବାକୁ ହେଲେ ଚୀନ୍ ଭଳି ଦେଶରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ହ୍ରାସ କରିବାକୁ ପଡ଼ିବ ।
ପ୍ରତିବନ୍ଧିତ ବର୍ଗରେ କୌଣସି ଉତ୍ପାଦ ରଖିବା ପରେ, ବର୍ତ୍ତମାନ ଯେଉଁ ବ୍ୟବସାୟୀ ସାମଗ୍ରୀ ଆମଦାନୀ କରନ୍ତି, ତାଙ୍କୁ ବାଣିଜ୍ୟ ମନ୍ତ୍ରାଳୟ ଅଧୀନରେ ଡିଜିଏଫଟିରୁ ଆମଦାନୀ ପାଇଁ ଲାଇସେନ୍ସ ହାସଲ କରିବାକୁ ପଡ଼ିବ ।
ଏହି ଦେଶଗୁଡ଼ିକରୁ ରଙ୍ଗୀନ୍ ଟେଲିଭିଜନ ଆମଦାନୀ
ଚୀନ୍ ହେଉଛି ରଙ୍ଗୀନ୍ ଟିଭିର ସବୁଠାରୁ ବଡ଼ ରପ୍ତାନୀକାରୀ । ଏହାପରେ ଭିଏତନାମ, ମାଲେସିଆ, ହଂକଂ, କୋରିଆ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ଏବଂ ଜର୍ମାନୀ ଭଳି ଦେଶ ଅନୁସରଣ କରୁଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି, ସୀମାରେ ଚୀନ୍ ସୈନ୍ୟବାହିନୀର ଗୁଣ୍ଡାଗିରି ପରେ ଦେଶରେ ଚୀନ୍ ବିରୋଧରେ ଏକ ପରିବେଶ ସୃଷ୍ଟି ହୋଇଛି । ଗତ ମାସରେ ୫୯ଟି ଆପ୍ ଟିକ୍ଟକ୍, ୱି ଚାଟ୍ ସହିତ ନିଷେଧ କରାଯାଇଥିଲା, ଏହା ପରେ ୪୭ଟି ଚାଇନିଜ୍ ଆପ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା । କେବଳ ଏତିକି ନୁହେଁ, ଭାରତରେ ଚୀନ୍ର କମ୍ପାନୀଗୁଡ଼ିକଦ୍ୱାରା ଗ୍ରହଣ କରାଯାଇଥିବା ଅନେକ ଟେଣ୍ଡର ବାତିଲ କରାଯାଇଛି ।