ମର୍ଣ୍ଣିଂ ୱାକ୍ ଓ ଇଭିନିଂ ୱାକ୍ ପାଇଁ ଯାଉଥିଲେ ଏଭଳି ରୁହନ୍ତୁ ସାବଧାନ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସୁସ୍ଥ ରହିବା ପାଇଁ ପ୍ରାୟ ସମସ୍ତେ ମର୍ଣ୍ଣିଂ ୱାକ୍ କରିଥାନ୍ତି । ନିଜ ସୁବିଧା ଅନୁସାରେ କେହି କେହି ସକାଳେ କିମ୍ବା ସନ୍ଧ୍ୟା ବେଳେ ବାହାରେ ବୁଲାବୁଲି କରିଥାନ୍ତି ।

ବର୍ତ୍ତମାନ ସମୟରେ କରୋନାଭାଇରସ୍ ବ୍ୟାପୁଥିବା ବେଳେ ସାରା ଦେଶରେ ଅନଲକ-୨ ଜାରି ରହିଛି ।
ଯାହାଫଳରେ ଅନେକ ସଂଖ୍ୟାରେ ଲୋକମାନେ ଘରୁ ବାହାରି ମର୍ଣ୍ଣିଂ ୱାକ୍ ଓ ଇଭିନିଂ ୱାକ୍ କରୁଛନ୍ତି । ହେଲେ ଏହି ସମୟରେ ଘରୁ ବାହାରିବା ବେଳେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

ଯଦି ଆପଣମାନେ ମଧ୍ୟ ମର୍ଣ୍ଣିଂ ୱାକ୍ ଓ ଇଭିନିଂ ୱାକ୍ କରିବା ପାଇଁ ଘରୁ ବାହାରୁଛନ୍ତି, ତାହେଲେ କରୋନା ଭାଇରସ କବଳରୁ ନିଜକୁ ବଞ୍ଚାଇବା ଲାଗି ଆପଣମାନେ ମଧ୍ୟ କିଛି ଖାସ୍ କଥା ପ୍ରତି ଧ୍ୟାନ ରଖନ୍ତୁ ପରସ୍ପର ମଧ୍ୟରୁ ସାମାଜିକ ଦୂରତା ରଖନ୍ତୁ।

କରୋନାଭାଇରସ୍ କବଳରୁ ରକ୍ଷା ପାଇବା ଲାଗି ସରକାର ପରସ୍ପର ମଧ୍ୟରେ ପାଖାପାଖି ୬ ଫୁଟ୍ ଦୁରତା ରଖିବା ପାଇଁ କହିଛନ୍ତି । ସେଥିପାଇଁ ଆପଣ ୱାକ୍‌, ସାଇକେଲିଂ, ଜଗିଂ କରିବା ସମୟରେ ଯେତେ ସମ୍ଭବ ପରସ୍ପର ଠାରୁ ଦୂରେଇ ରୁହନ୍ତୁ ।

ୱାକ୍ କରିବା ସମୟରେ ଯଥାସମ୍ଭବ ମ୍ୟୁଜିକ କମ୍ ଶୁଣନ୍ତୁ- ୱାକ୍ କରିବା ସମୟରେ ପ୍ରାୟ ଲୋକ ମ୍ୟୁଜିକ ଶୁଣିବାକୁ ଭଲ ପାଇଥାନ୍ତି । ବର୍ତ୍ତମାନ ସମୟର ପରିସ୍ଥିତିକୁ ନଜରରେ ରଖି କୌଣସି ପ୍ରକାରର ଅଡିଓ ପ୍ରଡକ୍ଟ ବ୍ୟବହାର ନକଲେ ଭଲ । ମ୍ୟୁଜିକ ଶୁଣିବା ଦ୍ୱାରା ବେଳେ ବେଳେ ଚଲାପଥ ଜାଣିନପାରି ଲୋକମାନଙ୍କ ପାଖକୁ ଚାଲିଯାଇଥାନ୍ତି ।

ଭିଡ ସ୍ଥାନରୁ ଦୂରେଇ ରୁହନ୍ତୁ- ୱାକ୍ କରିବା ଲାଗି ଆପଣମାନେ କମ୍ ଭିଡ ସ୍ଥାନକୁ ବାଛିପାରିବେ । ଅଧିକ ଭିଡ ଜାଗାରେ କରୋନାଭାଇରସ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ ।

ଲୋକମାନେ ଆପଣଙ୍କ ନିକଟକୁ ଆସିଲେ କଣ କରିବେ- ୱାକ୍ କରିବା ସମୟରେ ଯଦି ଆପଣଙ୍କ ପାଖକୁ କେହି ଆସୁଛନ୍ତି, ତାହେଲେ ତାଙ୍କ ଠାରୁ ଟିକେ୍ ଦୂରତା ବଜାୟ ରଖିବା ସହ ୱାକରୁ ବିରତି ନେଇ ମାସ୍କ ପିନ୍ଧିନିଅନ୍ତୁ ।

କୌଣସି ଜିନିଷକୁ ଛୁଅନ୍ତୁନି- ଯେତେବେଳେ ଆପଣମାନେ ୱାକ୍ କରିବାକୁ ବାହାରକୁ ଯାଉଛନ୍ତି, ସେମ ସମୟରେ ଯଥାସମ୍ଭବ ଧ୍ୟାନ ରଖନ୍ତୁ ଯେଭଳି ଆଷଣ କୌଣସି ବସ୍ତୁକୁ ନ ଛୁଅନ୍ତି ।

ଯଦିବି ଭୁଲବଶତଃ କିଛି ଛୁଉଁଛନ୍ତି ତାହେଲେ ସଙ୍ଗେସଙ୍ଗେ ସାବୁନ ଓ ପାଣିରେ ହାତକୁ ଭଲଭାବେ ଧୁଅନ୍ତୁ । ନଚେତ ସାନିଟାଇଜର ବ୍ୟବହାର କରନ୍ତୁ ।

 

Leave a Reply

Your email address will not be published.