ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ପୁଦିନା, ପଢନ୍ତୁ…

ଭୁବନେଶ୍ୱର, (ଓଡିଶା ଟାଇମ୍‌): ପୁଦିନା ଖାଦ୍ୟର ସ୍ୱାଦ ବଢେଇବା ସହ ସ୍ୱାସ୍ଥ୍ୟ ଲାଗି ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । ପୁଦିନାରେ ମିନ୍ଥଲ୍‌, ପ୍ରୋଟିନ୍‌, କାର୍ବୋହାଇଡ୍ୟେଟ୍‌, ଭିଟାମିନ୍‌-ଏ, କପର୍‌, ଆଇରନ୍ ଭଳି ଉପାଦାନ ଭରି ରହିଛି ।

ଆସନ୍ତୁ ଜାଣିବା ପୁଦିନାରେ କି କି ଉପକାରି ଗୁଣ ରହିଛି…

ପୁଦିନା ଶରୀରର ପାଚନ କ୍ରିୟାକୁ ଠିକ୍ ରୂପେ ତ୍ୱରାନ୍ୱିତ କରିଥାଏ । ଏହା ସବୁ ପ୍ରକାରର ପେଟ ଜନିତ ରୋଗକୁ ଭଲ କରିଥାଏ । ପେଟ ସମସ୍ୟା ସହ ଗ୍ୟାସ ଆଦି ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ । ତେବେ ନିୟମିତ ଭାବେ ଖାଦ୍ୟରେ ପୁଦିନାର ବ୍ୟବହାର କରିବା ଉଚିତ ।

ଅନେକ ସମୟରେ ବେଶି ସମୟ ପାଟି ବନ୍ଦ କରି ରଖିଲେ ପାଟିରୁ ଦୁର୍ଗନ୍ଧ ବାହାରି ଥାଏ । ଏଥିପାଇଁ ପୁଦିନାପତ୍ରର ବ୍ୟବହାର କରିବା ଉଚିତ । ଏଥିରେ ଥିବା ଜୀବାଣୁ ନାଶକ ଉତ୍ପାଦ ପାଟିରେ ସୃଷ୍ଟି ହେଉଥିବା ଦୁର୍ଗନ୍ଧକୁ ଦୂର କରିବାରେ ସହାୟକ ହୋଇଥାଏ ।

ଖରାଦିନେ ପୁଦିନାର ବ୍ୟବହାର ଅଧିକ ମାତ୍ରାରେ କରିବା ଉଚିତ୍ । ଏହା ଶରୀରକୁ ଅନ୍ୟ ସମସ୍ତ ଫାଇଦା ଦେବା ସହ ଶରୀରରେ ଜଳୀୟ ଅଂଶ କମ୍ ହେବାକୁ ଦେବ ନାହିଁ ।

ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ । ହେଲେ ପୁଦିନାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଏହା ଶରୀରର ପ୍ରତି ହାନିକାରକ ହୋଇପାରେ ।

ପୁଦିନାର ପତ୍ରକୁ ଜୁସ୍‌ କରି ପିଇବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରୁ ସାମାନ୍ୟ ଉପଶମ ମିଳି ପାରିଥାଏ ।

Leave a Reply

Your email address will not be published.