ରାକ୍ଷୀ- ଚୀନ୍‌କୁ ୪୦୦୦ କୋଟିର କ୍ଷତି

ଭାରତ ଏବଂ ଚୀନ୍ ସୀମାରେ ଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଚେଷ୍ଟା କରୁଥିବାବେଳେ ଚୀନ୍ ବିରୋଧରେ ଭାରତରେ ଏକ ବଡ଼ ଲହର ରହିଛି । ଏହି ଲହରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସିଏଟ୍‌ ଯଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଟ୍‌) ନିଷ୍ପତ୍ତି ନେଇଛି ଯେ ସେମାନେ ଆଉ ଚୀନ୍‌ର ଉତ୍ପାଦ ବିକ୍ରି କରିବା ନେଇ କୌଣସି ପରିସ୍ଥିତିରେ ଜଡିତ ହେବେ ନାହିଁ, ଯେଉଁ କାରଣରୁ ଚୀନ୍ ପ୍ରାୟ ୪୦୦୦ କୋଟି ହରାଇବ ବୋଲି ଅନୁମାନ କରାଯାଉଛି ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ସାତ କୋଟି ବ୍ୟବସାୟୀ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କୌଣସି ପରିସ୍ଥିତିରେ ଚୀନ୍‌ର ରାକ୍ଷୀ ବିକ୍ରୀ କରିବେ ନାହିଁ ଏବଂ ଏହା ବଦଳରେ ସ୍ୱେଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବେ । ଏହା କେବଳ ଭାରତରେ ରୋଜଗାର ବୃଦ୍ଧି କରିବ ନାହିଁ, ଚୀନ୍ ମଧ୍ୟ ପ୍ରାୟ ୪୦୦୦ କୋଟି ଆର୍ଥିକ ଝଟ୍‌କା ପାଇବ । ଜଣେ ସିଏଟ୍‌ ମୁଖପାତ୍ର ଏହି ପ୍ରସଙ୍ଗରେ କହିଛନ୍ତି, ଏହି ରକ୍ଷା ବନ୍ଧନରେ ଆମେ ସ୍ୱଦେଶୀ ରାକ୍ଷୀକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ । ଏହା ଦେଶର ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଇବ ଏବଂ ଏହା ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ମଧ୍ୟ ବୃଦ୍ଧି କରିବ ।

ସୂଚନାଯୋଗ୍ୟ ଯେ, ସିଏଟ୍‌ ହେଉଛି ଭାରତର ସବୁଠାରୁ ବଡ଼ ବଣିକ ସଂଗଠନ, ଏଥିରେ ୪୦,୦୦୦ରୁ ଅଧିକ ବାଣିଜ୍ୟ ସଂଗଠନ ସଂଲଗ୍ନ ହୋଇଛି ଏବଂ ଏଥିରେ ମୋଟ ୭ କୋଟି ସଦସ୍ୟ ଅଛନ୍ତି । ଏହି ନିଷ୍ପତ୍ତିର କିଛିଦିନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତିରେ ଏହି ସଂଗଠନ କହିଛି ଯେ ସେମାନେ ଚଳିତ ବର୍ଷ ରାକ୍ଷୀ ପର୍ବକୁ ସମ୍ପୂର୍ଣ୍ଣରୂପେ ଭାରତୀୟ ରାକ୍ଷୀ ପର୍ବ ଭାବରେ ପାଳନ କରିବାକୁ ଚାହୁଁଛନ୍ତି, ଅର୍ଥାତ୍ ସେମାନେ ରାକ୍ଷୀ ବନ୍ଧନକୁ ଏପରି ପାଳନ କରିବାକୁ ଚାହୁଁଛନ୍ତି ଯେଉଁଥିରେ କୌଣସି ବିଦେଶୀ ଉତ୍ପାଦ ବ୍ୟବହାର କରାଯାଇନଥିବ ବିଶେଷ କରି ଚୀନ୍‌ର ଉତ୍ପାଦ ନଥିବ ।

ଏହି ପରିପ୍ରେକ୍ଷୀରେ ସିଏଟ୍‌ ଆହୁରି କହିଛି, “ଏଥର ଚୀନ୍‌ରୁ ରାକ୍ଷୀ ଗ୍ରହଣ କରାଯିବ ନାହିଁ କିମ୍ବା ରାକ୍ଷୀ ସହ ଜଡ଼ିତ କୌଣସି ଉତ୍ପାଦ ଗ୍ରହଣ କରାଯିବ ନାହିଁ । ଆମ ଦେଶ ପାଇଁ ସଂଗ୍ରାମ କରୁଥିବା ସାହସୀ ଲୋକମାନଙ୍କ ପାଇଁ ଏହା ହେଉଛି ଆମର ଅବଦାନ, ଏବଂ ସେଥିପାଇଁ ସିଏଟ୍‌ର ମହିଳା ବିଭାଗ ଆମ ଦେଶର ୫୦୦୦ସୈନିକ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୫୦୦୦ ରାକ୍ଷୀ ହସ୍ତାନ୍ତର କରିବେ ।”

ଦିଲ୍ଲୀ ଏନସିଆରର ସିଏଟ୍‌ ସଂଯୋଜକ ସୁଶୀଲ କୁମାର ଜୈନଙ୍କ କହିବା ଅନୁଯାୟୀ, କେବଳ ଚୀନ୍‌ରୁ ରାକ୍ଷୀ ଆମଦାନୀ ହୁଏ ନାହିଁ, ବରଂ ରାକ୍ଷୀ ତିଆରି ସାମଗ୍ରୀ ମଧ୍ୟ ଚୀନ୍‌ରୁ ଆମଦାନୀ ହେଉଥିଲା । ସିଏଟ୍‌ ଦ୍ୱାରା ଚୀନ୍‌ର ଉତ୍ପାଦକୁ ବଏକଟ୍‌ ହେତୁ ଚୀନ୍‌ର କୌଣସି ସାମଗ୍ରୀ ରାକ୍ଷୀ ତିଆରିରେ ବ୍ୟବହୃତ ହେବ ନାହିଁ, ଯେଉଁ କାରଣରୁ ଚୀନ୍ ୪୦୦୦ କୋଟି କ୍ଷତି ସହିବ ।”

ଏହାପୂର୍ବରୁ ଜୁନ୍ ମାସରେ, ସିଏଟ୍‌ ଚୀନ୍‌ର ସାମଗ୍ରୀକୁ ସମ୍ପୂର୍ଣ୍ଣ ବଏକଟ୍‌ କରିବାକୁ ଆହ୍ୱାନ ଦେଇଥିଲା, ଯାହା ଡିସେମ୍ବର ୨୦୨୧ସୁଦ୍ଧା ଚୀନ୍‌କୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା କ୍ଷତି ଘଟାଇଥାନ୍ତା । ଏହି ପରିପ୍ରେକ୍ଷୀରେ, ସିଏଟ୍‌ ୩୦୦୦ ଚାଇନିଜ୍ ଉତ୍ପାଦର ଏକ ତାଲିକା ପ୍ରସ୍ତୁତ କରିସାରିଛି, ଯାହା ଉପରେ ଏହି ସଂଗଠନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କେବଳ ଏତିକି ନୁହେଁ, ସଂଗଠନ ଏହି ଉତ୍ପାଦଗୁଡ଼ିକ ପାଇଁ ସ୍ୱଦେଶୀ ବିକଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା ​​।

ଏହି ନିଷ୍ପତ୍ତିର ଅର୍ଥନୈତିକ ଦିଗ ସମ୍ପର୍କରେ ସୂଚନା ଦେଇ ସିଏଟ୍‌ ସେକ୍ରେଟେରୀ ଜେନେରାଲ୍ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ୨୦୦୧ରେ ଚୀନ୍‌ର ସାମଗ୍ରୀର ଆମଦାନୀ ମାତ୍ର ୨ବିଲିୟନ ଡଲାର ଥିଲା, କିନ୍ତୁ ବର୍ତ୍ତମାନ ଏହା ୭୦ ବିଲିୟନ ଡଲାରରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ଯେ ଚୀନ୍ କିପରି ଆମର ବଜାରକୁ କାବୁ କରିବାକୁ ଚେଷ୍ଟା କଲା, କିନ୍ତୁ ବର୍ତ୍ତମାନ ଭାରତୀୟ ଶିଳ୍ପପତି ଏବଂ ଦେଶର ଲୋକମାନେ ଏହି ଅନ୍ୟାୟ ଆଉ ହେବାକୁ ଦେବେ ନାହିଁ । ବର୍ତ୍ତମାନ ଚୀନ୍‌କୁ ସଂପୂର୍ଣ୍ଣ ଭାବେ ବଏକଟ୍‌ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ, କିନ୍ତୁ ଏଭଳି ଛୋଟ ପଦକ୍ଷେପ ସହିତ ଭାରତ କେବଳ ଆତ୍ମନିର୍ଭରଶୀଳ ପଥରେ ଆଗକୁ ବଢ଼ିବ ନାହିଁ, ବରଂ ଚୀନ୍‌କୁ ଏକ ଶିକ୍ଷା ଦେବ ଯାହାକୁ ସେ କେବେବି ଭୁଲି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *