ସେନାରେ ଫେସବୁକ୍ ସମେତ ୮୯ଟି ଆପ୍ ବ୍ୟବହାର ନିଷିଦ୍ଧ
ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଷେଧାଦେଶରେ ଅନେକ ଚାଇନିଜ୍ ଆପ୍ ଅନ୍ତର୍ଭୁକ୍ତ ଯାହାକି ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି ।
ଭାରତୀୟ ସେନାରେ ଫେସବୁକ୍ ସମେତ ୮୯ଟି ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଜାତୀୟ ସୁରକ୍ଷା ଏବଂ ସମ୍ବେଦନଶୀଳ ସୂଚନା ଲିକ୍ ହେବାର ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହି ପ୍ରତିବନ୍ଧକ ୧୫ଜୁଲାଇରୁ ସୈନିକମାନଙ୍କ ପାଇଁ ଲାଗୁ ହେବ । କୁହାଯାଉଛି ଯେ ସୈନିକମାନଙ୍କୁ ନିଷ୍କ୍ରିୟ କରିବା ପରିବର୍ତ୍ତେ ସେମାନଙ୍କ ଫେସବୁକ୍ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭବିଷ୍ୟତରେ ସାମରିକ ସଦସ୍ୟଙ୍କଦ୍ୱାରା ଏହି ଆପ ବ୍ୟବହାର କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଆଲୋଚନା ହେଉଛି ।
ନିକଟରେ କେନ୍ଦ୍ର ସରକାର ଦେଶରେ ୫୯ଟି ଚାଇନିଜ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେନା ଦ୍ୱାରା ନିଷିଦ୍ଧ ହୋଇଥିବା ଆପଗୁଡ଼ିକରେ ଫେସବୁକ୍, ଟିକ୍ଟକ୍, ଟିଣ୍ଡର, ପବ୍ଜି, ଇନଷ୍ଟାଗ୍ରାମ, ସ୍ନାପଚଟ୍, ଓକେକ୍ୟୁପିଡ଼, ୟୁସି ବ୍ରାଉଜର, ବମ୍ବଲ, ଶେୟାରାଇଟ୍, କ୍ୟାମ ସ୍କାନର୍ ଏବଂ କ୍ଲବ୍ ଫ୍ୟାକ୍ଟ୍ରି ଭଳି ଆପ୍ ଅନ୍ତର୍ଭୁକ୍ତ । ଏଥିମଧ୍ୟରୁ ଅନେକଙ୍କୁ ସରକାର ନିଷିଦ୍ଧ କରିସାରିଛନ୍ତି ।
ଏହି ନିଷେଧାଦେଶ ବିଷୟରେ ସେନା ଅଧିକାରୀ ନିଜର ପରିଚୟ ପ୍ରକାଶ ନକରି କହିଛନ୍ତି ଯେ ପାକିସ୍ତାନୀ ଏବଂ ଚୀନ୍ ଏଜେନ୍ସି ଦ୍ୱାରା ଅନଲାଇନ୍ ଟାର୍ଗେଟ ମାମଲା ବୃଦ୍ଧି ହେତୁ ଏହି ପଦକ୍ଷେପ ନିଆଯାଇଛି । କୁହାଯାଇଛି ଯେ କିଛି ସମୟ ଧରି ସେନାରେ ହନି-ଟ୍ରାପ ମାମଲା ମଧ୍ୟ କ୍ରମାଗତଭାବେ ବୃଦ୍ଧି ପାଉଥିଲା ।
ବିଭିନ୍ନ ବର୍ଗରେ ସେନାଦ୍ୱାରା ନିଷିଦ୍ଧ ହୋଇଥିବା ଆପଗୁଡ଼ିକ ହେଉଛି –
- ସୋସିଆଲ ମିଡ଼ଆ ଆପ୍ – ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପ ଚାଟ୍ ।
ମେସେଜିଂ ଆପ୍ସ – ଭି ଚାଟ୍, ହେଲୋ, ସେୟାର ଚାଟ୍, ଭିବର, ଆଇଏମଓ, ହାଇକ ।
ଭିଡ଼ିଓ ହୋଷ୍ଟିଂ ଆପ୍ – ଟିକଟକ୍, ଲାଇକି, ସମୋସା, କ୍ୱାଲି ।
ବ୍ଲଗିଂ / ମାଇକ୍ରୋ ବ୍ଲଗିଂ ଆପ୍ – ଟମ୍ବଲର୍, ରେଡ୍ଡିଟ୍ ।
ମ୍ୟୁଜିକ୍ ଆପ୍ – ହଙ୍ଗାମା, ସଂଗ୍ସ ପି.କେ. ।
ଜୀବନଶୈଳୀ ଆପ – ପପକ୍ସୋ ।
ନ୍ୟୁଜ୍ ଆପ୍ – ନ୍ୟୁଜ୍ ଡଗ୍, ଡେଲି ହଣ୍ଟ୍ ।
ଡେଟିଂ ଆପ୍ – ଟିଣ୍ଡର୍, ଓକେ କ୍ୟୁପିଟ୍, ବୈଦୁ, ବମ୍ବଲ, ହେପେନ୍, କୋଚ୍ ସର୍ଫିଙ୍ଗ୍ ।
ଇ-ବାଣିଜ୍ୟ ଆପ୍ – କ୍ଲବ ଫ୍ୟାକ୍ଟରୀ, ଆଲିଏକ୍ସପ୍ରେସ୍, ଚାଇନାବ୍ରାଣ୍ଡସ୍ ।
ଗେମିଂ ଆପ୍ – ପବ୍ଜି, କ୍ଲେସ୍ ଅଫ୍ କିଙ୍ଗସ୍ ।
କଣ୍ଟେଣ୍ଟ ସେୟାରିଂ ଆପ୍ – ସାୟାର ଇଟ୍, ଜେଣ୍ଡର, ଜାପୟା ।
ୟୁଟିଲିଟି ଆପ୍ – ବିୟୁଟି ପ୍ଲସ୍, ଟ୍ରୁ-କଲର୍ ।
ଭିଡିଓ / ଲାଇଭ୍ ଷ୍ଟ୍ରିମିଂ ଆପ୍ – ଜୁମ୍, ଲାଇଭ୍ମୀ, ବୀମାଚ୍, ଅପ୍ଲାଇବ୍ ।
ୱେବ୍ ବ୍ରାଉଜର୍ – ୟୁଜି ବ୍ରାଉଜର୍, ୟୁସି ବ୍ରାଉଜର୍ ମିନି ।