ଭାରତର ପ୍ରଥମ କୋଭିଡ୍-୧୯ ଟୀକା ‘Covaxin’
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।ଏଥିପାଇଁ ଭାରତର ପ୍ରଥମ ସ୍ବଦେଶୀ କୋଭିଡ୍-୧୯ ଟୀକାକୁ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ (DCGI) ଦ୍ବାରା ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ମିଳିଛି । ‘କୋଭାକ୍ସିନ୍’ ନାମକ ଟୀକା ବିକାଶ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ସହିତ ମିଳିତ ଭାବରେ ବିକସିକ କରିଛନ୍ତି ।
ଦେଶରେ ଆସନ୍ତା ମାସରୁ ଏହି ଟୀକାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଟୀକାର ବିକାଶରେ ଆଇସିଏମଆର ଏବଂ ଏନଆଇଭିର ସହଯୋଗ ଗୁରୁତ୍ବପୂର୍ଣ୍ଣ ।
ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ସହିତ ଲଢିବା ପାଇଁ କୌଣସି ଟୀକା ଉଦ୍ଭାବନ କରାଯାଇ ନାହିଁ । ଏଥି ସହିତ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ।
ଦେଶର ୫ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିରୁ ୩ ଲକ୍ଷରୁ ଅଧିକ ସୁସ୍ତ ହୋଇଛନ୍ତି । ଦୁଇ ଲକ୍ଷରୁ ଅଧିକ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । କରୋନା ଯୋଗୁଁ ଦେଶରେ ୧୬ ହଜାର ଲୋକ ପ୍ରାଣ ହରାଇଛନ୍ତି ।