ରଥ ଉପରେ ତିନି ଠାକୁର.. ରଥ ଟଣାକୁ ଅପେକ୍ଷା
ପୁରୀ, (ଓଡିଶା ଟାଇମ୍) : ନିଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ । ତିନି ରଥରେ ରଥାସୀନ ତିନି ଠାକୁର ଏବେ ଅପେକ୍ଷା କେତେବେଳେ ଆସିବେ ଠାକୁରଙ୍କ ଚଳନ୍ତି ପ୍ରତିମା … ଗଜପତି ମହାରାଜା ମହାରାଜାଙ୍କ ଛେରା ପହଁରା ପରେ ଆରମ୍ଭ ହେବା ରଥଟଣା।
ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର ଦିବ୍ୟସିଂହ ଦେବ କରିବେ ଛେରା ପହଁରା । ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସୁନା ଖଡ଼ିକାରେ ତିନି ରଥ- ତାଳଧ୍ବଜ , ଦର୍ପଦଳନ ଓ ନନ୍ଦିଘୋଷ ରଥରେ କରିବେ ଛେରାପହଁରା । ତିନି ରଥରେ ୩ ଠାକୁର ରଥାରୂଢ ହୋଇଛନ୍ତି। କରୋନା କରୋନା କଟକଣା ଭିତରେ କେବଳ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।
ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ । କଟକଣା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା ।
ଏହି ଅବସରରେ ପ୍ରଥମେ ଆରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କୁ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହାପରେ ବଡ଼ଠାକୁର ବଳଭଦ୍ରଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ଶେଷ ହୋଇଛି। ୩ରଥରେ ରଥାରୂଢ ହୋଇଛନ୍ତି ୩ ଠାକୁର ।