ଆଜି ପୁଣି ୭୯ ପଜିଟିଭ ଚିହ୍ନଟ, ୨୯ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି । ଚିହ୍ନଟ ହୋଇଥିବା ୭୯ ଜଣଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୮ ଜଣ ସ୍ଥାନୀୟ ବ୍ୟକ୍ତି ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏଥିସହିତ ସୋନପୁରକୁ ପଶିଛି କରୋନା । ରାୟଗଡ଼ାକୁ ଛାଡ଼ି ଆଜି ସମସ୍ତ ୨୯ ଜିଲ୍ଲାକୁ ବ୍ୟାପିଲା କରୋନା । କଟକର ସର୍ବାଧିକ ୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ବଲାଙ୍ଗୀରରୁ ୧୪, କେନ୍ଦୁଝରରେ ୮, କନ୍ଧମାଳରେ ୭, ଗଞ୍ଜାମରେ ୫, କେନ୍ଦ୍ରାପଡାରୁ ୬, ନୟାଗଡ ଓ ଢେଙ୍କାନାଳରୁ ୩ ଜଣ ଲେଖାଏ, ବାଲେଶ୍ୱର, ଖୋର୍ଦ୍ଧାରୁ ପୁରୀରୁ ୪ ଜଣ ଲେଖାଏ, ଯାଜପୁରରୁ ୨, ଅନୁଗୁଳ, ଝାରସୁଗୁଡା, ସୋନପୁରରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୭୯ ନୂଆ କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଁଞ୍ଚିଥିବା ଜଣାପଡିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ଥିବା ହେଲେ ୮୬୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। ୭ ଜଣଙ୍କ ପ୍ରାଣ ନେଇଛି କରୋନା ।

Leave a Reply

Your email address will not be published.