ଗଜପତି, ମାଲକାନଗିରି ଓ ଝାରସୁଗୁଡ଼ାରେ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରୋନା ସଂକ୍ରମଣ ସୂଚନା ଅନୁସାରେ ୮୦ଜଣ ନୂୖା କରୋନା ରୋଗୀଙ୍କୁ ଆଜି ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଭିତରୁ ୫ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। କୌଣସି ରାଜ୍ୟ ବା ଦେଶ ଗସ୍ତ ବିବରଣୀ ତାଙ୍କ ପାଖରେ ନାହିଁ। କିନ୍ତୁ କୌଣସି ସୂତ୍ରରୁ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। 

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମାଲକାନଗିରି ଜିଲ୍ଲାର ୫ଜଣ ନୂଆ କରୋନା ପଜିଟିଭଙ୍କ ଭିତରୁ ୪ଜଣ ଅନ୍ୟ ରାଜ୍ୟରୁ ଆସିଛନ୍ତି। ସେମାନଙ୍କ ଭିତରୁ ୩ ଜଣ ତାମିଲ୍‌ନାଡ଼ୁ ଓ ଜଣେ ତେଲଙ୍ଗାନା ଫେରନ୍ତା। କିନ୍ତୁ ଅନ୍ୟଜଣେ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି। 

ଠିକ୍‌ ସେହିପରି ଗଜପତି ଜିଲ୍ଲାରେ ଯେଉଁ ୪ ଜଣ ଆଜି ପ୍ରଥମ ଦଫାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଭିତରୁ ତିନଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଜଣେ ମହାରାଷ୍ଟ୍ର ଫେରନ୍ତା ଓ ସେ କ୍ଵାରେଣ୍ଟୀନ କେନ୍ଦ୍ରରେ ଥିଲେ। 

ଝାରସୁଗୁଡ଼ାରୁ ଚିହ୍ନିତ ୩ଜଣଙ୍କ ଭିତରୁ ଦୁଇଜଣ ଅନ୍ୟ ରାଜ୍ୟ ଫେରନ୍ତା ଥିଲେ। ଜଣେ କିନ୍ତୁ ସ୍ଥାନୀୟ ସଂକ୍ରମଣର ଶିକାର ବୋଲି ଜଣାପଡ଼ିଛି। 

Leave a Reply

Your email address will not be published. Required fields are marked *