ଅମ୍ପନ୍‌ ପ୍ରଭାବ: ଗଜପତିଠୁ କେନ୍ଦ୍ରାପଡ଼ା ଯାଏ ଆଜି ସନ୍ଧ୍ୟାରୁ ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରସ୍ଥଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂଣ୍ଣିଝଡ଼ ଅମ୍ପନ୍‌ କ୍ରମଶଃ ଅଧିକ ଘନୀଭୂତ ହୋଇ ସାଂଘାତିକ ବାତ୍ୟା ରୂପ ଧାରଣ କରିଛି। ଏହା ୨୦ ତାରିଖ ସନ୍ଧ୍ୟାବେଳେ ପଶ୍ଚିମବଙ୍ଗର ଦୀଘା ଦେଇ ବାଂଲାଦେଶର ହାତିୟା ଦ୍ଵୀପ ଆଡ଼କୁ ଗତି କରିବ। ସେଠାରେ ସ୍ଥଳଭାଗକୁ ଛୁଇଁ ଦୁର୍ବଳ ହେବ।  ଏହି ଘୂଣ୍ଣିଝଡ଼ ପ୍ରଭାବରେ ଆଜି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷ ଅନୁଭୂତ ହେବ ବୋଲି ଆଶଙ୍କା କରାଯାଇଛି। ବିଶେଷକରି ଓଡ଼ିଶାର ଗଜପତି ଜିଲ୍ଲରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଯାଏ ଏହି ହାଲୁକା ବା ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇପାରେ।

ଆଜି ସନ୍ଧ୍ୟାରୁ ବର୍ଷା ଅନୁମାନ କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ଗଜପତି, ଗଞ୍ଜାମ, ପୁରୀ, ଜଗତ ସିଂହପୁର ଏବଂ କେନ୍ଦ୍ରାପଡ଼ା।  ଏହି ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ସହ ମଧ୍ୟମଧରଣର ବର୍ଷା ହେବ।  ଏହାପରେ ଆସନ୍ତା କାଲି ଅର୍ଥାତ୍‌ ମଙ୍ଗଳବାର ସନ୍ଧ୍ୟାରୁ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ଵର ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ହି ସମୟରେ ୭୫ରୁ ୯୫ କିଲୋମିଟର ବେଗରେ ପବନ ପ୍ରବାହିତ ହେବା ଆଶଙ୍କା ରହିଛି।  ୨୦ ତାରିଖ ଦିନ ବାତ୍ୟା ପାର କରିବା ସମୟରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ବାଲେଶ୍ଵୀ, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ମଧ୍ୟମ ବର୍ଷା ଆଶଙ୍କା କରାଯାଇଛି।

ବାତ୍ୟା ବୁଧବାର ସନ୍ଧ୍ୟାରେ ଭୂପୃଷ୍ଣରେ ପିଟି ହୋଇ ଦୁର୍ବଳ ହେବା ସମ୍ଭାବନା ବ୍ୟକ୍ତ କରାଯାଇଛି।

କିନ୍ତୁ ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଲୋକଙ୍କୁ ଉଦ୍ଧାର କରାଯିବା ସହ ଓଡ୍ରାଫ୍‌ ବଳ ମୁତ୍ତୟନ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published.