ପାରାଦୀପଠୁ ୧୦୦୦ କିଲୋମିଟର ଦୂରରେ ଅମ୍ପନ, କାଲି ସକାଳେ ସାଂଘାତିକ ବାତ୍ୟା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବଙ୍ଗୋପ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ କ୍ରମଶଃ ଅଧିକ ସଂଘଟିତ ହେବାରେ ଲାଗିଛି। ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଏହା ଘଣ୍ଟା ପ୍ରତି ୬ କିଲୋମିଟର ଦୂରରେ ଗତି କରୁଛି। ସକାଳ ସାଢ଼େ ପାଞ୍ଚଟା ବେଳକୁ ଏହା ପାରାଦୀପଠାରୁ ୧୦୦୦ କିଳେଶମିଟର ଦୂରରେ ଅବସ୍ଥାନ କରିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କ୍ରମଶଃ ଉଗ୍ର ହେଉଥିବା ଏହି ଘୂଣ୍ଣିଝଡ଼ ଆସନ୍ତା ୧୨ ଘଣ୍ଟାରେ ବାତ୍ୟା ରୂପ ନେବ। କାଲି ସକାଳେ ଏହା ସାଂଘାତିକ ବାତ୍ୟାର ରୂପ ନେବ ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ବାତ୍ୟାର ପ୍ରଭାବରେ ଆଜି ପବନ ବେଗ ଘଣ୍ଟାପ୍ରତି ୭୫ରୁ ୧୧୫ କିଲୋମିଟର ରହିବ। କାଲି ସକାଳେ ଏହା ୧୩୫ କିାଲାମିଟର ହୋଇପାରେ। ଯାହା କିଛି ସ୍ଥାନରେ ୧୫୦ କିଲୋମିଟର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସୋମବାର ରାତିକୁ ଏହି ପବନର ବେଗ ଅଧିକ ତୀବ୍ର ହୋଇ ଘଣ୍ଟାପ୍ରତି ୧୮୦ କିଲୋମିଟର ଛୁଇଁପାରେ ବୋଲି ଆଇଏମ୍ଡି ପ୍ରକାଶ କରିଛି।
ପ୍ରବଳରୁ ଅତିପ୍ରବଳ ବର୍ଷା
ଆସନ୍ତା ୧୨ଘଣ୍ଟା ଭିତରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଇଛି ।କାଲି ସନ୍ଧ୍ୟାଠୁ ଉପକୂଳ ଓଡ଼ିଶାରେ ବର୍ଷା ଅନୁଭୁତ ହେବ। ପୁଣି ୨୦ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ସେହିପରି ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ୧୯ ତାରିଖ ସକାଳୁ ପ୍ରବଳ ବର୍ଷା ହେବା ଆଙ୍କା କରାଯାଇଛି ।
ଏହି ସମୟରେ ସାମୁଦ୍ରିକ ସ୍ଥିତି ବିପଜ୍ଜନକ ରହିବ। ଏଣୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶକୁ ସମ୍ପୂଣ୍ଣ ଭାବେ ବାରଣ କରାଯାଇଛି।