ରାଜ୍ୟରେ କରୋନା ବୃଦ୍ଧି ରେକର୍ଡ଼: ଦିନକରେ ୧୦୧ ରୋଗୀ, ସୁସ୍ଥ ହେଲେ ୩୧

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହି ସଂଖ୍ୟା ୧୦୧ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୯ ହୋଇଛି । ଏବେ ପଜିଟିଭ୍‍ଙ୍କ ସଂଖ୍ୟା ରହିଛି ୫୩୮ । ରାଜ୍ୟରେ ଏଯାଏ ୧୧୬ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ

୩୧ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ନବ ଚିହ୍ନିତ ୧୦୧ଜଣ କରୋନା ରୋଗୀଙ୍କ ଭିତରୁ ୯୦ଜଣ ଅସ୍ଥାୟୀ ଚିକିତ୍ସା ଶିବିରରୁ ହୋଇଥିବା ବେଳେ ୮ଜଣ ଅବରୋଧ ଅଞ୍ଚଳରୁ ବୋଲି ବିଭାଗ କହିଛି । ତେବେ ୩ ଜଣ ଅନ୍ୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

ନୂଆ କରୋନା ଚିହ୍ନିତଙ୍କ ଭିତରେ ସବୁଠାରୁ ଆଗରେ ରହିଛି ଗଞ୍ଜାମ ଜିଲ୍ଲା । ଏହି ଜିଲ୍ଲାରୁ ୫୨ଜଣଙ୍କୁ କରୋନା ପଜିଟିଭ୍‍ ଚିହ୍ନଟ କରାଯାଇଛି । ଜିଲ୍ଲାର ସମୁଦାୟ କରୋନା ପଜିଟିଭ୍‍ଙ୍କ ସଂଖ୍ୟା ୨୧୦ । ଜଣଙ୍କ ମୃତ୍ୟୁ ଘଟିଛି । ଏବେ ୨୦୯ ଜଣ ରୋଗୀ ବିଭିନ୍ନ ହସ୍‍ପିଟାଲ୍‍ରେ ଚିକିତ୍ସାଧୀନ ।

ଯାଜପୁରରେ ୭ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ଗତ ୨୪ ଘଣ୍ଟା ଭିତରେ ୩୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରେ ନୂଆ ରୋଗୀଙ୍କ ସଂଖ୍ୟା ୭ ଥିବା ବେଳେ କେନ୍ଦୁଝରରେ ୨ ରହିଛି ।
ଯାଜପୁର ଜିଲ୍ଲାର ୭ ନୂଆ କରୋନା ରୋଗୀଙ୍କ ଭିତରୁ ୫ଜଣ ପଶ୍ଚିମ ବଙ୍ଗରୁ ଆସିଥିବା ବେଳେ ୨ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏବେ ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା ଉପରେ ।

Leave a Reply

Your email address will not be published.