ଆରମ୍ଭ ହେବ ‘କୌନ୍‌ ବନେଗା କରୋଡ଼ ପତି’-୧୨, ମେ’୯ରୁ ରେଜିଷ୍ଟ୍ରେସନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅମିତାଭ ବଚନଙ୍କ ଦ୍ଵାରା ପରିଚାଳିତ ହେଉଥିବା ରିଆଲିଟି ଶୋ’ ‘କୗନ୍‌ ବନେଗା କରୋଡ଼ ପତି’ର ଏକ ନୂଆ ଶେସନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୯ ତାରିଖରୁ ଶୋ ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହେବ। ରାତି ୯ଟାରୁ ଏହି ସୁଯୋଗ ଖୋଲିବ। ସୋନି ଲିଭ୍‌  ଆପ୍‌ ବା ସୋନି ଲାଇମ୍ ଡଟ୍‌କମ୍‌ (www.sonylive.com) ଓ୍ବେସାଇଟ୍‌କୁ ଯାଇ କୌଣସି ବ୍ୟକ୍ତି ପଞ୍ଜିକରଣ କରିପାରିବେ। ଶୋ’ ପାଇଁ ଡିଜିଟାଲ୍‌ ଚୟନ କରାଯିବ ବୋଲି ସୁଚନା ମିଳିଛି।

ଏହା କୌନ୍‌ ବନେଗା କରୋଡ଼ପତିର ୧୨ତମ୍‌ ସଂସ୍କରଣ ହେବ। ସୋନିର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଅମିତାଭ୍‌ ବଚନ୍‌ ଏହି ଘୋଷଣା କରିଛନ୍ତି। ଏଥିଲାଗି ଏକ ଭିଡିଓ ବି ରିଲିଜ୍‌ ହୋଇଛି।  ଏହି ଭିଡିଓକୁ ଅମିତାଭ୍‌ ବଚନ ଘରେ ଥାଇ ଶୁଟ୍‌ କରିଛନ୍ତି।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରସ୍ତୁତି ଏବଂ ଚୟନ ଲାଗି ୩ ମାସରୁ ଅଧିକ ସମୟ ଲାଗିଥାଏ। ଏବେ ଲକ୍‌ଡାଉନ୍‌ ସ୍ଥିତିକୂ ଆଖିରେ ରଖି ଡିଜିଟାଲ୍‌ ଉପାୟରେ ସିଲେକ୍ସନ କରାଯିବ। ଯେହେତୁ କାର୍ଯ୍ୟକ୍ରମ ପାଇଁ ତିନିମାସ ସମୟ ରହିଛି ଏଣୁ ଏହି ସମୟରେ ଲକ୍‌ଡାଉନ୍‌ କୋହଳ ହେବ ବୋଲି ଆଶା କରାଯାଉଛି।  କେବିସି ଅଡିସନ୍‌ ପାଇଁ ପ୍ରଥମେ ପଞ୍ଜିକରଣ ହୋଇଥାଏ। ଏହା ପରେ ସ୍କ୍ରିନିଂ, ଅନ୍‌ଲାଇନ୍‌ ଅଡିସନଖ ଏବଂ ପର୍ସନାଲ୍‌ ଇଣ୍ଟର୍ଭ୍ୟୁ ହୋଇଥାଏ।

Leave a Reply

Your email address will not be published.