୧୨୨ ସିଆରପିଏଫ୍‌ ଜବାନଙ୍କୁ କରୋନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ରାଜଧାନୀ ଦିଲ୍ଲୀ ସହରରେ କାର୍ଯ୍ୟ କରୁଥିବା ୧୨୨ଜଣ ସିଆର୍‌ପିଏଫ୍‌ ଜବାନଙ୍କୁ କରୋନା ହୋଇଛି। ସେମାନଙ୍କ ସ୍ଵାବ୍‌ ସାମ୍ପଲ୍‌ରେ କରୋନା ଭୁତାଣୁ ଚିହ୍ନଟ କରାଯାଇଥିବା କୁହାଯାଇଛି।

ଏବେ ବିଶ୍ଵର ୩୦ ଲକ୍ଷରୁ ଅଧିକ ଲୋକ କରୋନା ଭୁତାଣୁ ସଂକ୍ରମଣରେ ଆସିଛନ୍ତି। ଏ ଭିତରୁ ପ୍ରାୟ ୨ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଛି। ଚୀନ୍‌ର ୟୁହାନ୍‌ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ଭୁତାଣୁ ସଂକ୍ରମଣରେ ଭାରତର ୩୫ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ୧୨୧୮ଜଣ ଲୋକଙ୍କ ଏଥିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦିଲ୍ଲୀର ଏହି ସଂକ୍ରମଣ ବାବଦରେ ଅଧିକ ତଥ୍ୟ ଅପେକ୍ଷା କରାଯାଇଛି । ଦିଲ୍ଲୀର ମୟୁର ବିହାରରେ ଏମାନେ ମୁତ୍ତୟନ ଥିାଲେ। ଏହା ସିଆର୍‌ପିଫ୍‌ର ୩୧ତମ ବାଟାଲିୟନ୍‌। ଏହି ୧୨୨ଙ୍କ ପରେ ଆହୁରି ୧୦୦ ଜଣଙ୍କ ସ୍ଵାବ୍‌ ସାମ୍ପଲ୍‌ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଅପେକ୍ଷା କରାଯାଇଛି।

୨୮ ଏପ୍ରିଲ୍‌ ଦିନ ଜଣେ ଜବାନଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ଏହା ପରେ ସମୁଦାୟ ବାଟାଲିୟନ୍‌କୁ ପ୍ରଶାସନ ପକ୍ଷରୁ କ୍ଵାରେଣ୍ଟୀନ କରାଯାଇ ଯାଞ୍ଚ ଚାଲିଛି। ଏହି ସଂକ୍ରମଣ ୧୬୨ ବାଟାଲିୟନର ଜଣେ ବାରାମେଡିକାଲ୍‌ ଷ୍ଟାଫ୍‌ଙ୍କଠାରୁ ୩୧ ବାଟାଲିୟନ୍‌ ଜବାନଙ୍କୁ ଆସିଥିବା ଆଶଙ୍କା କରାଯାଉଛି।

 

Leave a Reply

Your email address will not be published.