ଖରାବେଳେ ହେବ ବଜ୍ରପାତ! ୬ ଜିଲ୍ଲାରେ ଆଶଙ୍କା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ରାଜ୍ୟର ୬ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ତାହା ପୁଣି ଖରାବେଳେ। ଅର୍ଥାତ୍‌ ଦିନ ସାଢ଼େ ଗୋଟାଏ ସୁଦ୍ଧା ଏହି ଛଅ ଜିଲ୍ଲାରେ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।  ଆକାଶରେ ଥିବା ମେଘର ଗତିବିଧିକୁ ଲକ୍ଷ୍ୟ କରି ବିଭାଗ ଏହା ପ୍ରକାଶ କରିଛି। ଏହି ଛଅ ଜିଲ୍ଲା ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୁରଭଞ୍ଜ । ଏହି ସବୁ ଜିଲ୍ଲାରେ ବର୍ଷା, ପବନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି।

ଦିନବେଳେ ପ୍ରବଳ ତାପମାତ୍ରା ତଥା ଗରମ ହେତୁ ବା୍ରୁମଣ୍ଡଳରେ ଏହି ପରିବର୍ତ୍ତନ ହେବା ଆଶଙ୍କା ରହିଛି। ଏହାର ପ୍ରଭାବରେ କେତେକ ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିପାରେ ବୋଲି ଏଥିରେ କୁହାଯାଇଛି।

 

Leave a Reply

Your email address will not be published. Required fields are marked *