କଣ୍ଣାଟକରେ ମଦ ଦୋକାନ, ଶପିଂ ମଲ୍‌ ଖୋଲିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କଣ୍ଣାଟକ ସରକାର ରାଜ୍ୟରେ ମଦ ଦୋକାନ ଏବଂ ଶପିଂ ମଲ୍‌ ଖୋଲିବାକୁ ସ୍ଥିର କରିଛନ୍ତି। ଯେଉଁ ଦିନ ଜାତୀୟ ଲକ୍‌ଡାଉନ୍‌ ଖୋଲିବ ତା’ ପର ଦିନଠୁ ବ୍ୟବସାୟିକ କାରବାର ଆରମ୍ଭ କରିବା ଲାଗି କଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ମେ’ ୪ ତାରିଖ ଦିନଠୁ ଏହିସବୁ ଦୋକାନ ଅଣ କୋଭିଡ୍‌ ସଂକ୍ରମିତ ଅଞ୍ଚଳରେ ଖୋଲିବ।

ଏପ୍ରିଲ୍‌ ୨୦ ତାରିଖ ପରଠାରୁ ରାଜ୍ୟରେ ବିଭିନ୍ନ ଦୋକାନ ଖୋଲାଯାଇଛି। କିନ୍ତୁ ମେ’ ୪ ତାରିଖରୁ ଅବରୋଧ ନିୟମାବଳୀକୁ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବେ ଯେଉଁ ଅଞ୍ଚଳରେ ସଂକ୍ରମଣ ଦେଖାଦେଉଛି ସେ ୱାର୍ଡକୁ ସମ୍ପୂଣ୍ଣ ଭାବେ ବନ୍ଦ କରାଯାଉଛି। ହେଲେ ଆଗକୁ ତାହା ହେବ ନାହିଁ । କେବଳ ସେହି ଗଳି ବା ସଂକ୍ରମଣ ଆଶଙ୍କା ଥିବା ରାସ୍ତାରେ ଯିବା ଆସିବା ଓ ସମସ୍ତ କାରବାର ବନ୍ଦ ରହିବ। ଏହା ବ୍ୟତୀତ ସେହି ୱାର୍ଡର ସବୁ ଦୋକାନ ବଜାର ଖୋଲା ରହିବ।

ଲକ୍‌ଡାଉନ୍‌ ନିୟମାବଳୀକୁ କୋହଳ କରିଥିଲେ ମଧ୍ୟ କେନ୍ଦ୍ର ସରକାର ମଦ ଦୋକାନ, ରେଷ୍ଟୁରାଣ୍ଟ, ଚା’ କଫା ଦୋକାନ, ସାଲୋନ୍‌, ବିୟୁଟି ପାର୍ଲର, ସ୍ପା, ମସାଜ୍‌ ସେଣ୍ଟର ଖୋଲିବାକୁ ବାରଣ କରିଛନ୍ତି।

 

 

 

Leave a Reply

Your email address will not be published.