ପ୍ରବାସୀ ଓଡ଼ିଆଙ୍କୁ ଟ୍ରେନରେ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : ବିଭିନ୍ନ ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କୁ ବସରେ ନଆଣି ଟ୍ରେନରେ ଆଣିବାକୁ ସିଟିଜେନ୍ସ ଫୋରମ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି।
ଫୋରମ୍ ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର ଏବଂ ଆବାହକ ପ୍ରଦୀପ୍ତ ନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଏକ ପତ୍ରରେ ଦର୍ଶାଇଛନ୍ତି ଯେ, ବହିରାଗତ ଓଡ଼ିଆଙ୍କୁ ଟ୍ରେନରେ ଅଣାଯିବା ସ୍ବାସ୍ଥ୍ୟପ୍ରଦ, ଆରାମଦାୟକ ଏବଂ ଶସ୍ତା ହେବ। ଅଣାଯିବା ପୂର୍ବରୁ ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ ଟ୍ରେନରେ ଉପଯୁକ୍ତ ସାମାଜିକ ଦୂରତ୍ବ ବଜାୟ ରଖି ନିରବିଚ୍ଛିନ୍ନ ଭାବେ ଅଣାଯାଇପାରିବ।
ଏ ବାବଦରେ ହେବାକୁ ଥିବା ବ୍ୟୟଭାର ପି ଏମ୍ କେୟାର ଫଣ୍ଡ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯିବାକୁ ପତ୍ରରେ ଦାବି କରାଯାଇଛି।

Leave a Reply

Your email address will not be published.