ରାଜ୍ୟର ୩ ନୂଆ ଜିଲ୍ଲାକୁ ବିସ୍ତାରିଲା କରୋନା: ଝାରସୁଗୁଡ଼ା, କେନ୍ଦୁଝର ଏବଂ ଦେବଗଡ଼ରେ କରୋନା ରୋଗୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟର ୪ ନୂଆ ଜିଲ୍ଲାକୁ କରୋନା ଭୁତାଣୁ ସଂକ୍ରମଣ କରିଛି। ଏହି ତିନି ଜିଲ୍ଲା ହେଲେ କେନ୍ଦୁଝର, ଝାରସୁଗୁଡ଼ା ଏବଂ ଦେବଗଡ଼। ଏହି ତିନି ଜିଲ୍ଲାକୁ ମିଶାଇ ରାଜ୍ୟର ୧୪ ଜିଲ୍ଲାରେ ଏବେ କରୋନା ଭୁତାଣୁ ନିଜର କାୟା ବିସ୍ତାର କରିଛି। ଗତକାଲି କୋରାପୁଟରୁ ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଥିଲା।
ଆଜିର ଏହେି ତିନି କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି।
ଏହି ତିନି ଜିଲ୍ଲାରୁ ନୂଆକରି ଚିହ୍ନଟ କରାଯାଇଥିବା କରୋନା ପଜିଟିଭ୍ଙ୍କ ଭିତରେ ଦୁଇଜଣ ପୁରୁଷ ଏବଂ ଜଣେ ୧୮ ବର୍ଷୀୟ ଝିଅ ରହିଛନ୍ତି। ଏମାନେ ସମସ୍ତେ ପୂର୍ବରୁ ପଶ୍ଚିମବଙ୍ଗରୁ ଫେରିଥିଲେଏବଂ ପୃଥକାବାସରେ ରହିଥିଲେ। ଆଜି ସେମାନଙ୍କ ନମୁନାରେ କରୋନା ଭୁତାଣୁ ଥିବା ସ୍ଵାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।
କେନ୍ଦୁଝରର ଏହି ପ୍ରଥମ କରୋନା ପଜିଟିଭଙ୍କ ବୟସ ୬୦ବର୍ଷ। ସେ ଜଣେ ପୁରୁଷ ରୋଗୀ। ତାଙ୍କ ଘର ପଞ୍ଚପଲ୍ଲୀ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି। ଠିକ୍ ସେହିପରି ଦେବଗଡ଼ର ପୁରୁଷ ରୋଗୀଙ୍କ ଘର ବାସୁଦେବପୁର ଏବଂ ତାଙ୍କ ବୟସ ୩୪ ବର୍ଷ। ଝାରସୁଗୁଡ଼ାରୁ ଚିହ୍ନଟ ୧୮ ବର୍ଷୀୟ ମହିଳା କରୋନା ରୋଗୀଙ୍କ ଘର ବ୍ରଜରାଜନଗର ଅଞ୍ଚଳରେ ବୋଲି କୁହାଯାଇଛି।