ସୋର ୟୁକୋ ବ୍ୟାଙ୍କ ସିଲ୍‌, କ୍ଵାରେଣ୍ଟାଇନ୍‌ରେ ୧୧ ଜଣ

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ମହାମାରୀ କରୋନା କାରଣରୁ ସୋରସ୍ଥିତ ୟୁକୋ ବ୍ୟାଙ୍କ୍‌ ସିଲ୍‌ ହୋଇଥିବା ଜଣାପଡ଼ିଛି। ଏଥିସହ ବ୍ୟାଙ୍କର ୧୧ ଜଣ କର୍ମଚାରୀ କ୍ଵାରେଣ୍ଟାଇନ୍‌କୁ ଯାଇଛନ୍ତି। ବ୍ୟାଙ୍କର ଜଣେ କର୍ମଚାରୀ ବାଲେଶ୍ଵର ଜିଲ୍ଲାର କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତଙ୍କ ଘରେ ଭଡ଼ାରେ ରହୁଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ରାଜ୍ୟରେ କ​ରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ୩ଟି ଜିଲ୍ଲା ଚିନ୍ତାର କାରଣ ପାଲଟିଛନ୍ତି। ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ପଜିଟିଭ୍‌ ସାମ୍ନାକୁ ଆସୁଥିବାରୁ ସମସ୍ୟା ଉପୁଜିଛି। ଏଭଳି ସ୍ଥିତିରେ ବାଲେଶ୍ଵର ଜିଲ୍ଲାର ନେଳିଆବାଗ କଣ୍ଟେନମେଣ୍ଟ୍‌ ଜୋନ୍‌ର ଜଣେ ଆକ୍ରାନ୍ତ ଘରେ ଭଡ଼ାରେ ରହୁଥିଲେ ୟୁକୋ ବ୍ୟାଙ୍କର କର୍ମଚାରୀ।  ଏହି କଥା ଜଣାପଡ଼ିବା ପରେ ବ୍ୟାଙ୍କର ୧୧ ଜଣ କର୍ମଚାରୀଙ୍କୁ କ୍ଵାରେଣ୍ଟାଇନ୍ ସେଣ୍ଟରକୁ ପଠାଇଯାଇଛି। ପ୍ରକାଶ ଥାଉକି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *