ସ୍ଵଳ୍ପ ସଂକ୍ରମିତ କରୋନା ଭୁତାଣୁ ରୋଗୀ ଘରେ ଏକାନ୍ତ ରହିପାରିବେ, କିନ୍ତୁ ମାନିବାକୁ ହେବ ଏହିସବୁ ନିୟମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ଗୃହ ମନ୍ତ୍ରଣାଳୟ ସୋମବାରଦିନ ଏକ ଅତିରିକ୍ତ ହୋମ୍‌ କ୍ଵାରେଣ୍ଟାଇନ୍‌ ନିର୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦେଶାବଳୀ ଅନୁସାରେ ଯେଉଁମାନେ କରୋନା ଭୁତାଣୁଦ୍ଵାାରା ସ୍ଵଳ୍ପ ସଂକ୍ରମିତ ( very mild cases), ବା ଲକ୍ଷଣ ପୂର୍ବ (presymptomatic) ବୋଲି ପରୀକ୍ଷଣରୁ ଜଣାପଡ଼ୁଛି, ସେମାନେ ହୋମ୍‌ କ୍ଵାରେଣ୍ଟୀନରେ ରହିଲେ ଏହି ନିୟମାବଳୀ ପାଳନ କରିବାକୁ ହେବ। କିନ୍ତୁ ହୋମ୍‌ କ୍ଵାରେଣ୍ଟୀନ୍‌ରେ ଯିବାକୁ ହେଲେ ତାଙ୍କ ପାଖରେ ଆବଶ୍ୟକ ସୁବିଧା ଥିବା ଜରୁରୀ।

ଗୃହମନ୍ତ୍ରଣାଳୟଙ୍କ ନିର୍ଦେଶାବଳୀ ଅନୁସାରେ ନିମ୍ନ ନିୟମକୁ ମାନିବାକୁ ହେବ।

  • ପ୍ରଥମତଃ ସମ୍ପୃକ୍ତ ସ୍ଵଳ୍ପ ସଂକ୍ରମିତ ରୋଗୀଙ୍କୁ ସବୁ ବେଳେ ତିନି ପରସ୍ତ ଡାକ୍ତରୀ ମାସ୍କ ବ୍ୟବହାର କରିବାକୁ ହେବ। ଏହା ପ୍ରତି ୮ ଘଣ୍ଟାରେ ଫୋପାଡ଼ିବାକୁ ହେବ। ଯଦି ସମ୍ପୃକ୍ତ ମାସ୍କ ଓଦା ହୋଇଯାଇଛି ବା ଝାଳୁଆ ହୋଇଛି ତେବେ ତାହାକୁ ଆହୁରି ଶୀଘ୍ର ପରିବର୍ତ୍ତନ କରାଯାଇପାରିବ।
  • ପୁଣି ସମ୍ପୃକ୍ତ ମାସ୍କକୁ ସିଧାସଳଖ ଫୋପଡ଼ା ଯାଇପାରିବ ନାହିଁ। ଏହି ବ୍ୟବହୃତ ମାସ୍କକୁ ପ୍ରଥମେ ୧% ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ ଦ୍ରବଣରେ ଧୋଇବାକୁ ହେବ। ଏହାପରେ ଯାଇ ତାକୁ ଡଷ୍ଟବିନ୍‌ରେ ଫୋପଡ଼ାଯାଇପାରିବ।
  • ସମ୍ପୃକ୍ତ ଚିହ୍ନିତ ରୋଗୀ ଯାହାଙ୍କ ଶରୀରରେ ସଂକ୍ରମଣ ମାତ୍ର ଅତି କମ୍‌ ବୋଲି ନିଦାନରୁ ଜଣାପଡ଼ିଛି ତାଙ୍କୁ ଏକ ସ୍ଵତନ୍ତ୍ର ଘରେ ରହିବାକୁ ହେବ। ସେମାନେ ଅନ୍ୟମାନଙ୍କଠୁ ଅଲଗା ରହିବେ। ବିଶେଷକରି ଘରେ ଯଦି କୌଣସି ଲୋକଙ୍କ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ବା ପରିଶ୍ରାଜନିତ ରୋଗ ରହିଛି ତେବେ ତାଙ୍କଠୁ ସମ୍ପୃକ୍ତ କରୋନା ରୋଗୀ ଅଲଗା ରହିବାକୁ ହେବ।
  • ସମ୍ପୃକ୍ତ ରୋଗୀ ସମ୍ପୂଣ୍ଣ ଆରାମ ନେବା ଆବଶ୍ୟକ। କିନ୍ତୁ ସବୁ ସମୟରେ ଏହି ରୋଗୀ ପାଣି ତଥା ତରଳ ପଦାର୍ଥ ପ୍ରଚୁର ପରିମାଣରେ ପିଇବା ଦରକାର। ଏହାଦ୍ଵାରା ଶରୀରରେ ହାଇଡ୍ରେସନ୍‌ ସନ୍ତୁଳିତ ଅବସ୍ଥାରେ ରହିବ।
  • ସବୁବେଳେ ନିଜର ନିଃଶ୍ଵାସ ପ୍ରଶ୍ଵାସ ବିଷୟକୁ ଧ୍ୟାନ ଦେଖିବାକୁ ହେବ। ହାତକୁ ଧୋଇବାକୁ ହେବ। ଅତିକମ୍‌ରେ ୪୦ ସେକେଣ୍ଡ ଯାଏ ହାତକୁ ସାବୁନରେ ବା ଆଲକହଲ୍‌ରେ ଧୋଇବା ଆବଶ୍ୟକ।
  • ନିଜେ ବ୍ୟବହାର କରୁଥିବା କୌଣସି ଜିନିଷ ଯେମିତି ଅନ୍ୟମାନେ ବ୍ୟବହାର କରିବେ ନାହିଁ ସେଥିପ୍ରତି ସତର୍କ ରହିବାକୁ ହେବ।
  • ଟେବଲ୍‌ ଟପ୍‌, ବିଭିନ୍ନ ଦୁଆର ହ୍ୟାଣ୍ଡଲ ପ୍ରଭୃତି ଯାହାକୁ ସମ୍ପୃକ୍ତ ରୋଗୀ ଛୁଇଁଛନ୍ତି ତାହାକୁ ବାରମ୍ବାର ସଫା କରିବାକୁ ହେବ। ଏଥିପାଇଁ ୧%ଯୁକ୍ତ ହାଇପୋ କ୍ଲୋରାଇଡ୍‌ ଦ୍ରବଣ ବ୍ୟବହାର କରିବାକୁ ହେବ।
  • ରୋଗୀକୁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ମାନିବାକୁ ହେବ। ସେହି ଅନୁସାରେ ଔଷଧ ଖାଇବାକୁ ହେବ।
  • ସବୁଦିନ ନିଜର ଶରୀର ବାବଦ ବିବରଣୀ ଯେମିତି ଲକ୍ଷଣ, ତାପମାତ୍ରା ପ୍ରଭୃତିକୁ ଜଣାଇବାକୁ ହେବ।
  • ଯଦି ଶରୀର ଅବସ୍ଥା ଜଟିଳ ହେଲା ତେବେ ସମ୍ପୃକ୍ତ ରୋଗୀଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌କୁ ଯିବାକୁ ପଡ଼ିବ।

 

 

 

 

 

Leave a Reply

Your email address will not be published. Required fields are marked *