ବାଲେଶ୍ଵରରେ ୫ ନୂଆ କରୋନା ପଜିଟିଭ୍‌, ସଂଖ୍ୟା ପହଞ୍ଚିଲା ୧୦୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବାଲେଶ୍ଵର ଜିଲ୍ଲାରେ ପୁଣି ୫ ନମୁନାରେ କରୋନା ପଜିଟିଭ୍‌ ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଏହାଦ୍ଵାରା ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ରା ୧୫ରେ ପହଞ୍ଚିଛି। ରାଜ୍ୟରେ ଏହି ୫ ଜଣଙ୍କୁ ମିଶାଇ ସମୁଦାୟ କରୋନା ଭାଇରସ୍‌ ରୋଗୀଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ସେମାନଙ୍କ ଭିତରୁ ୭୨ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ବାଲେଶ୍ଵରରେ ପ୍ରଥମ କରୋନା ରୋଗୀଙ୍କୁ ଏପ୍ରିଲ୍‌ ଦିନ ଚିହ୍ନଟ କରାଯାଇଥିଲା। ଜେଣ ୫୮ ବର୍ଷୀୟ ଲୋକ ବାଲେଶ୍ଵରରୁ ଆସି ଏମ୍ସରେ ଚିକିତ୍ସିତ ହେଉଥିବା ସମୟରେ କରୋନା ପଜିଟିଭ୍‌ ଜଣାପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କିମ୍ସ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହା ପୂର୍ବରୁ ସେ ୧୩ ମାର୍ଚରେ ଝାଡ଼ଖଣ୍ଡ ଯାଇଥିଲେ। ଶରୀର ଅସୁସ୍ଥ ହେବାରୁ ଏପ୍ରିଲ୍‌ ୭ ତାରିଖରେ ସେ ବାଲେଶ୍ଵର ହସ୍‌ପିଟାଲ୍‌ ଏବଂ ପରେ ନିଜେ ଗାଡ଼ି କରି ବାଲେଶ୍ଵରରୁ ଭୁବନେଶ୍ଵର ଚାଲି ଆସିଥିଲେ। ପ୍ରଥମେ ଆପୋଲୋ, ତା’ ପରେ କ୍ୟାପିଟାଲ୍‌ ଓ ପରବର୍ତ୍ତୀ ସମୟରେ ସେ ଏମ୍‌ସ୍‌ ଯାଇ ସେଠାରେ କରୋନା ଲାଗି ସାମ୍ପଲ୍‌ ପରୀକ୍ଷଣ କରାଇଥିଲେ। ଏହାପରେ ସେ କରୋନା ଭୁତାଣୁ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ତାଙ୍କୁ କିମ୍‌ସ୍‌ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ବାଲେଶ୍ଵରରେ ଅଧିକାଂଶ ଚିହ୍ନିତ କରୋନା ପଜିଟିଭ୍‌ ତାଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ପୂର୍ବରୁ ୭ଜଣ ଚିହ୍ନିତ କରୋନା ପଜିଟିଭ୍‌ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ଏବେ ୩ ଜଣ ଚିହ୍ନିତ ପଜିଟିଭ୍‌ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଆଉ ଦୁଇଜଣଙ୍କ ବାବଦରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କିଛଇ ସୂଚନା ମିଳି ନାହିଁ।

ଏବେ ରାଜ୍ୟରେ ସମୁଦାୟ ୧୦୮ କରୋନା ପଜିଟିଭ୍‌ଙ୍କ ଭିତରୁ ୩୫ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ୩୫ଙ୍କ ଭିତରୁ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତ ଥିବା ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି। ପୁଣି ଜଣେ ରୋଗୀ କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ପୀଡ଼ିତ ରହିଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି।

ଭୁବନେଶ୍ଵରରେ କରୋନା ସ୍ଥିତି ଏବେ ଆୟତ୍ତାଧୀନ ରହିଛି। ଗତ ୧୩ ଦିନ ହେଲା ଭୁବନେଶ୍ଵରରେ କୌଣସି କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ। ୧୪ ତାରିଖ ଦିନ ଶେଷ ସାମ୍ପଲ୍‌ରେ କରୋନା ଭୁତାଣୁ ଚିହ୍ନଟ କରାଯାଇଥିଲା ସେ ବମିଖାଲ୍‌ ଅଞ୍ଚଳର ପୂର୍ବ ରୋଗୀଙ୍କ ସମ୍ପର୍କରେ ଆସିଥିଲେ।

ଏ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ରୁତ ପରୀକ୍ଷଣ କୁ ବନ୍ଦ କରାଯାଇଛି । ଯେଉଁ ପରୀକ୍ଷଣ କରାଯାଇଥିଲା ତାହାକୁ ବାତିଲ୍‌ କରାଯାଇଥିବା ଜଣାପଡ଼ିଛି। ଆର୍‌ଟିପିସିଆର୍‌ ପଦ୍ଧତ୍ତିରେ ରାଜ୍ୟରେ ୨୫୧୦୩ଟି ସାମ୍ପଲ୍‌ ପରୀକ୍ଷା କରାଯାଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

 ନଜର ପକାନ୍ତୁ ରାଜ୍ୟରେ କରୋନା ସ୍ଥିତି ସକାଳ୭ ଟା, ଏପ୍ରିଲ୍‌୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୬ ୨୨ ୨୩
ବାଲେଶ୍ଵର ୧୫ ୧୫
ଭଦ୍ରକ ୧୬ ୧୪
ଯାଜପୁର ୧୮ ୧୭
ସୁନ୍ଦରଗଡ଼
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ
ସମୁଦାୟ ୧୦୮ ୩୫ ୭୨

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳର

 

Leave a Reply

Your email address will not be published.