#କରୋନା ମରିବ: ଆଉ ୬ ମାସ, ଭ୍ୟାକ୍ସିନ ପ୍ରସ୍ତୁତ ହେବ!

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନାକୁ ନାଶ କରିବା ପାଇଁ ଆଉ ଏକ ଆଶାର କିରଣ ସୃଷ୍ଟି ହୋଇଛି। ଆଗାମୀ ୬ ମାସ ମଧ୍ୟରେ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଇଛି। ଆଉ ଏହି ଭରସା ସୃଷ୍ଟି କରିଛନ୍ତି ସାରା ଗିଲବର୍ଟ। ଏନେଇ ସେ ୮୦ ପ୍ରତିଶତ ଆଶାୟୀ ଅଛନ୍ତତି ବୋଲି ଅକ୍ସଫୋର୍ଡ ଭ୍ୟାକ୍ସିନୋଲୋଜିର ପ୍ରଫେସର ସାରା ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ କରୋନା ଭାଇରସ ମୁକାବିଲା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ ହେବାରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଦି ଟାଇମ୍ସକୁ ସାରା କହିଛନ୍ତି। ଯଦି ଏହା ବାସ୍ତବ ରୂପ ନିଏ ତେବେ ସାରା ଓ ତାଙ୍କ ଟିମ୍‌ଙ୍କ ନାମ ଇତିହାସ ସୃଷ୍ଟି କରିବ। ସାରା କହିଛନ୍ତି ଯେ ସମ୍ପ୍ରତି ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଖୁବ୍‌ଶୀଘ୍ର ଏହାର ପରୀକ୍ଷା କରାଯିବ। ଆଗାମୀ ୨ ସପ୍ତାହ ମଧ୍ୟରେ ମଣିଷ ଶରୀରରେ ପରୀକ୍ଷଣ କରାଯିବ ଏବଂ ପରୀକ୍ଷଣ ସଫଳ ହେବା ମାତ୍ରେ ଅଧିକ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇପାରିବ ସେ ନେଇ ବ୍ରିଟେନ ସରକାରଙ୍କ ସହଯୋଗ ଆଶା କରୁଛୁ ବୋଲି ସାରା ପ୍ରକାଶ କରିଛନ୍ତି।

ଏଭଳି ଆଶା ସଞ୍ଚାର କରାଇବା ଫଳରେ ସାରାଙ୍କୁ ନେଇ ସାରା ବିଶ୍ୱରେ ଆଲୋଚନା ଜୋର ଧରିଛି।


ସୌଜନ୍ୟ: ଦି ଟାଇମ୍ସ

Leave a Reply

Your email address will not be published. Required fields are marked *