#Lockdown କଟକଣା କୋହଳ: ଖୋଲିବ ଦୋକାନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ବ୍ୟବସାୟ ବାଣିଜ୍ୟ କାରବାରକୁ ଚାଲି ରଖିବା ଲାଗି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦୋକାନ ବଜାର ଉପରେ ଲାଗିଥିବା ଲକ୍‌ଡାୁନ୍‌ କଟକଣା କୋହଳ କରିଛନ୍ତି। ମ୍ୟୁନିସିପାଲିଟି ଅଞ୍ଚଳ ବାହାରେ ସମସ୍ତ ଦୋକାନ ଏବଂ ମାର୍କେଟଁ କମ୍ପ୍ଲେକ୍ସ ଭିତରେ ଥିବା ଦୋକାନକୁ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।  କିନ୍ତୁ ଏହି ଅଞ୍ଚଳରେ କୌଣସି ମଲ୍ଟିବ୍ରାଣ୍ଡ ବା ସିଙ୍ଗିଲ୍‌ ବ୍ରାଣ୍ଡ ଶପିଂ କମ୍ପ୍ଲେକ୍ସ  ଅଥବା ମଲ୍‌ ଖୋଲିବ ନାହିଁ। ହେଲେ ଆବାସିକ କମ୍ପ୍ଲେକ୍ସ ମଲ ନଥିବା ମାର୍କେଟ୍‌ କମ୍ପ୍ଲେକ୍ସର ଦୋକାନ ଖୋଲାଯାଇପାରିବ।

ଏହି ଦୋକାନ ଖୋଲିବା ପାଇଁ ସମ୍ପୃକ୍ତ ଦୋନୀ ୫୦ ପ୍ରତିଶତରୁ କମ୍‌ ଷ୍ଟାଫ୍‌ଙ୍କୁ କାମରେ ଲଗାଇବେ। ଏହାଛଡ଼ା ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।

ସହରାଞ୍ଚଳରେ ଅଥବା ମ୍ୟୁନିସିପାଲିଟି ଅଞ୍ଚଳରେ ଏହେି କଟକଣା ଅଧିକ ରହିଛି। ଏଠାରେ ମାର୍କେଟ୍‌ କମ୍ପ୍ଲେକ୍ସ ଖୋଲିବା ଅନୁମତି ନାହିଁ। କିନ୍ତୁ ଆବାସିକ କମ୍ପ୍ଲେକ୍ସlର ଥିବା ଦୋକାନ ଅଥବା ଏକକ ଦୋକାନ ଖେଶଲାଯାଇପାରିବ। ଏସବୁ ଦୋକାନରେ ସୋଶାଲ୍‌ ଡିଷ୍ଟାନ୍ସିଂ ଏବଂ ମାସ୍କ ପିନ୍ଧିବା ଅପରିହାର୍ଯ୍ୟ।

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏନେଇ ଆବଶ୍ୟକ ନିର୍ଦେଶାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ମକର୍ତ୍ତାଙ୍କୁ ପାଳନ କରିବା ପାଇଁ ଆଦେଶ ଦେଇଛନ୍ତି। ଏଥିଲାଗି ଅବାଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।

Leave a Reply

Your email address will not be published. Required fields are marked *