କରୋନାରୁ ଲୋକଙ୍କୁ ରକ୍ଷା କରିବାକୁ ସଚିନଙ୍କ ଜନ୍ମଦିନ ପ୍ରାର୍ଥନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ନିଜର ଜନ୍ମଦିନରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର। କୌଣସି ଉତ୍ସବ ପାଳନ ନକରି ସେ ଭାରତରୁ କରୋନାକୁ ହଟାଇବା ପାଇଁ ଭଗବାନଙ୍କୁ ପ୍ରାର୍ଥନ କରିବେ ବୋଲି କହିଛନ୍ତି।

ସେ କହିଛନ୍ତି ’ ଲୋକ ଯେପରି ମୋର ଆଉଟ୍‌ ନହେବାକୁ ପୂବଜା ପ୍ରାର୍ଥନା କରୁଥିଲେ ଠିକ୍‌ ସେହିପରି ମୁଁ ମଧ୍ୟ କରୋନା-ଲୋକମାନଙ୍କ ଲଢ଼େଇରେ କରୋନା ହାରିବା ଓ ଲୋକଙ୍କ ବିଜୟ ପାଇଁ ପ୍ରାର୍ଥନା କରିବି’ ବୋଲି କହିଛନ୍ତି ତେନ୍ଦୁଲକର।

‘କରୋନାରୁ ମହାମାରୀରୁ ମାନବ ସମାଜ ମୁକ୍ତି ହେବା ପରେ କ୍ରିକେଟ୍‌ ପଡ଼ିଆରେ ନୂଆ ଉତ୍ସବ ଆରମ୍ଭ ହେବ। ପୂର୍ବରୁ କ୍ରିକେଟ୍‌ ଖେଳାଳୀ ପରସ୍ପର ସହ ହାତ ମିଳାଇ ଆଲିଙ୍ଗନ କରି ଅଭିଭାଦନ ଜଣାଉଥିଲେ। ଏବେ ସେହି ଦୃଶ୍ୟ ହୁଏ ତ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ସଚିନ କହିଛନ୍ତି।

ଡାକ୍ତର-ସ୍ଵାସ୍ଥ୍ୟକର୍ମୀଙ୍କୁ ଜନସାଧାରଣ ସମ୍ମାନ ଦେଇ ସହଯୋଗ କରିବାକୁ ସଚିନ ନିଜ ଜନ୍ମଦିନ ବାର୍ତ୍ତାରେ ନିବେଦନ କରିଛନ୍ତି। ଆମମାନଙ୍କୁ ସୁରକ୍ଷା କରିବା ପାଇଁ ଡାକ୍ତର, ସ୍ଵାସ୍ଥ୍ୟକର୍ମୀ, ନିଜ ଜୀବନକୁ ଅସୁରକ୍ଷିତ କରି ଦିୀନ ରାତି କାର୍ଯ୍ୟ କରୁଛନ୍ତି। କରୋନାକୁ ଦାୟିତ୍ଵହୀନ ହୋଇ ହାଲୁକା ଭାବେ ନେନେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଦାୟିତ୍ଵହୀନତାର ସାମାନ୍ୟ ପରିଚୟ ଦେଲେ ଭାନବ ଜାତି ପାଇଁ କାଳ ସାଜିବ କରେୀାନା ବୋଲି ସେ କହିଛନ୍ତି।

ମୋର ଏହି ୪୭ତମ ଜନ୍ମିଦିନକୁ ବିଶ୍ଵବାସୀଙ୍କ ସୁରକ୍ଷା ଲାଗି ପୂଜା ପ୍ରାର୍ଥନା କରିବି। ଏହା ଉତ୍ସବ ପାଳନର ସମୟ ନୁହେଁ। ମୋର ୪୬ଟି ବିଗତ ଜନ୍ମଦିନଠୁ ଏହା ସ୍ଵତନ୍ତ୍ର ଓ ଭିନ୍ନ। ସମସ୍ତେ ସୁରକ୍ଷା ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

 

Leave a Reply

Your email address will not be published.