ଜଷ୍ଟିସ୍‌ ରଫିକ୍‌ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେଘାଳୟା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଜାନୁୟାରୀ ୫ ତାରିଖରେ ଜଷ୍ଟିସ୍‌ କଳ୍ପେଶ ସତ୍ୟେନ୍ଦ୍ର ଜାବେରୀଙ୍କ ଅବସର ପରେ ଏହି ପଦବୀ ଖାଲି ପଡ଼ିଛି। ଏବେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି।

ଗୁରୁବାରଦିନ କେନ୍ଦ୍ର ସରକାର ବମ୍ବେ ହାଇକୋର୍ଟ, ଓଡ଼ିଶା ହାଇକୋର୍ଟ ଏବଂ ମେଘାଳୟା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିମାନଙ୍କ ନୂତନ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରି ରାଷ୍ଟ୍ରପତିଙ୍କ ସ୍ଵୀକୃତୀ ଲାଗି ପଠାଇଥିଲେ। ଆଇନ ମନ୍ତ୍ରଣାଳୟ ଏକ ସ୍ଵତନ୍ତ୍ର ବିଜ୍ଞପ୍ତିରେ ଏହା ଦର୍ଶାଇଛନ୍ତି ଯେ, ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରି ରାଷ୍ଟ୍ରପତି ସ୍ଵୀକୃତୀ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *