ଖୁବ୍‌ଶୀଘ୍ର ଦେଖିହେବ ‘ଶ୍ରୀ କ୍ରିଷ୍ଣା’

ନୂଆଦିଲ୍ଲୀ(ଓଟି): ଲକ୍‌ଡାଉନ୍‌ରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଗତଦିନର ଚର୍ଚ୍ଚିତ ପୌରାଣିକ ଧାରାବାହିକ #ରାମାୟଣ ଓ #ମହାଭାରତ ପୁନଃ ପ୍ରସାରିତ ପରେ ଖୁବ୍‌ଶୀଘ୍ର ଦୂରଦର୍ଶନରେ ଦେଖିହେବ ଶ୍ରୀ କ୍ରିଷ୍ଣା। ଇତିମଧ୍ୟରେ ଦୂରଦର୍ଶନ (ଡିଡି) ଚ୍ୟାନେଲ୍‌ ଟିଆର୍‌ପିରେ ଅଦ୍ଭୂତପୂର୍ବ ରେକର୍ଡ ହାସଲ କରିସାରିଛି। କୋଟି କୋଟି ଦର୍ଶକ ଡିଡି ଚ୍ୟାନେଲକୁ ଭଲ ପାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି   ରାମାୟଣ, ମହାଭାରତ, ଚାଣକ୍ୟ, ଶକ୍ତିମାନ, ଦେଖ ଭାଇ ଦେଖ ଆଦି ଧାରାବାହିକ ଭଳି ଶ୍ରୀ କ୍ରିଷ୍ଣା ମଧ୍ୟ ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟଯେ ପ୍ରସାର ଭାରତୀ ଏନେଇ ସୂଚନା ଦେଇଛି। ପ୍ରକାଶ ଥାଉକି ରାମାୟଣ ଏବଂ ଶ୍ରୀ କ୍ରିଷ୍ଣାର ନିର୍ଦ୍ଦେଶକ ରାମାନନ୍ଦ ସାଗର। ରାମାନନ୍ଦ ଆର୍ଟସ୍ ପ୍ରଡକ୍ସନ ପ୍ରସ୍ତୁତ କରିଥିବା ଏହି ସିରିଏଲ ୧୯୯୩ରେ ପ୍ରଥମ ଥର ପାଇଁ ଦୂରଦର୍ଶନର ମେଟ୍ରୋରେ ପ୍ରସାରିତ ହୋଇଥିଲା। ପରେ ୧୯୯୬ରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ତେବେ ରାମାୟଣ ଓ ମହାଭାରତ ଭଳି ଶ୍ରୀ କ୍ରିଷ୍ଣା ପ୍ରସାରଣ ପାଇଁ ଦର୍ଶକ ଅନୁରୋଧ କରିଥିଲେ। ପ୍ରସାର ଭାରତୀ ଦର୍ଶକଙ୍କ ଅନୁରୋଧ ରକ୍ଷା କରିଛି।

Leave a Reply

Your email address will not be published.