ସବୁଠୁ ଧନୀ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ(ଓଟି): ମୁକେଶ ଅମ୍ବାନୀ ପୁଣିଥରେ ଏସିଆର ଏକ ନମ୍ବର ଶିଳ୍ପପତି ହୋଇପାରିଛନ୍ତି। ଫେସବୁକ ସହ ଚୁକ୍ତି କରିବା ପରେ ସେ ଚୀନର ଆଲିବାବା ସଂସ୍ଥାପକଙ୍କୁ ପଛରେ ପକାଇ ଦେଇଛନ୍ତି। ଫଳରେ ସେ ନଂ-୧ ଧନୀ ଭାବେ ପରିଗଣିତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଫେସ୍‌ବୁକ୍ ସହିତ ରିଲାଏନ୍ସ୍ ଜିଓର ଚୁକ୍ତିପୂର୍ବରୁ ଏସିଆର ୧ ନମ୍ବର ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି ଜ୍ୟାକ୍ ମା ଥିଲେ। ଫେସବୁକ୍ ସହ ଚୁକ୍ତି ପରେ ମୁକେଶଙ୍କ ସମ୍ପତ୍ତି ୪୭୦ କୋଟି ଡଲାର ବୃଦ୍ଧି ହୋଇ ୪୯୨୦ କୋଟିରେ ପହଞ୍ଚିଛି। ସେହିପରି ଜ୍ୟାକ୍‌ ମାଙ୍କଠାରୁ ମୁକେଶଙ୍କ ସମ୍ପତ୍ତି ୩୨୦ କୋଟି ଡଲାର ଅଧିକ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଏପ୍ରିଲ୍ ୨୧ ସୁଦ୍ଧା ମୁକେଶଙ୍କ ସମ୍ପତ୍ତିରେ ୧୪ ଶହ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଜ୍ୟାକ୍‌ଙ୍କ ସମ୍ପତ୍ତି ମଧ୍ୟ ଏହି ସମୟରେ ୧୦୦ କୋଟି ଡଲାର କମିଥିଲା।

Leave a Reply

Your email address will not be published.