ଯାଜପୁରରେ ପୁଣି ୪ କରୋନା ପଜିଟିଭ୍‌, ରାଜ୍ୟ ସଂଖ୍ୟା ୮୭

ଭୁବନେଶ୍ଵର, (ମାନସ ରଞ୍ଜନ ବିଶ୍ଵାଳ‌): ଓଡ଼ିଶାର ଯାଜପୁର, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦ୍ଵନ୍ଦ୍ଵିତା ମୂଳକ ବଢ଼ି ଚାଲିଛି। ଗୋଟିଏଦିନ ବାଲେଶ୍ଵର ରାଜ୍ୟ ପ୍ରଶାସନର ମୁଣ୍ଡବିନ୍ଧା କାରଣ ହୋଇଥିବା ବେଳେ ତା’ ପରଦିନ ଭଦ୍ରକ ଓ ପରଦିନ ଯାଜପୁର କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ାଇବା ରେକର୍ଡ଼ କରୁଛି। ଆଜି ଅପରାହ୍ଣରେ ଯାଜପୁର ଜିଲ୍ଲାରେ ପୁଣି ୪ ଜଣଙ୍କୁ ଚିହ୍ନଟ କରାଯାଇଛି।

ଏମାନଙ୍କ ଭିତରୁ ଦୁଇଜଣ ବାସୁଦେବପୁରର ହୋଇଥିବା ବେଳେ  ଜଣେ ଅକରପଡ଼ାର ଏବଂ ଅନ୍ୟଜଣକ ବେହେରା ପାଟଣାର ବୋଲି ଜଣାପଡ଼ିଛି। ଯାଜପୁର ଜିଲ୍ଲାପାଳ ଏ ବାବଦରେ କହିଛନ୍ତି ଯେ, ଏହି ଚାରିଜଣ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ। ଗତ ୨୦ ତାରିଖରୁ ସେମାନଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଥିଲା। ନମୁନା ପରୀକ୍ଷଣ ପରେ ପଜିଟିଭ୍‌ ଜଣାପଡ଼ିଛି।

ଏହି ଚିହ୍ନିତ ୪ ଜଣଙ୍କ ଭିତରେ ଦୁଇଜଣ ବରିଷ୍ଠ ମହିଳା ସଦସ୍ୟ ରହିଛନ୍ତି। ଜଣଙ୍କ ବୟସ ୭୦ ହୋଇଥିବା ବେଳେ ଆଉଜଣଙ୍କ ବୟସ ପ୍ରାୟ ୮୦ ବର୍ଷ। ଆଉ ଜଣେ ମହିଳାଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ଜଣେ ୨୧ ବର୍ଷ ବୟସ୍କ ଯୁବକ ରହିଛନ୍ତି ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏ ସମସ୍ତେ ପୂବ;ରୁ ବଙ୍ଗଳା ଫେରନ୍ତାଙ୍କ ପରିବାରବର୍ଗ ବୋଲି କୁହାଯାଇଛି।

ଯାଜପୁରରେ ଏହି ଚାରିଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଏଥିରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ପୁଣି ରାଜ୍ୟରେ ସଂଖ୍ୟା ୮୭ରେ ପହଞ୍ଚିଥିବା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆସନ୍ତୁ ନଜର ପକାଇବା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅପରାହ୍ଣ ୪ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସ୍ଥିତି ବାବଦରେ।

ରାଜ୍ୟରେ କରୋନା ସ୍ଥିତି ଅପରାହ୍ଣ ୪ଟା, ୨୩ ଏପ୍ରିଲ୍‌୨୦୨୦

ଜିଲ୍ଲା ୨୩ ଏପ୍ରିଲ୍‌ ସ୍ଥିତି ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୬ ୨୧ ୨୪
ବାଲେଶ୍ଵର
ଭଦ୍ରକ ୧୧
ଯାଜପୁର ୧୨ ୧୧
ସୁନ୍ଦରଗଡ଼
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ
ସମୁଦାୟ ୮୭ ୩୨ ୫୦

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ।

Leave a Reply

Your email address will not be published. Required fields are marked *