#corona: ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ଭୁତାଣୁର ଅବରୋଧ ତଥା ଲକ୍ଡାଉନ୍ ପରିସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ୍ ୨୭ ତାରିଖ ଦିନ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ବୈଠକ ହେବ। ଏହା ପୂର୍ବରୁ ଅମଲାତାନ୍ତ୍ରିକ ସ୍ତରରେ ଆଷଲାଚନା ହେବା ସମ୍ଭାବନା ରହିଛି।
ପ୍ରଧାମନ୍ତ୍ରୀ ମୋଦି ଏ ଭିତରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୁଇଥର କରୋନା ଭୁତାଣୁ ସଂକ୍ରମଣ ଅବରୋଧ ନେଇ ଆଲୋଚନା କରିଛନ୍ତି। ପ୍ରଥମେ ମାର୍ଚ ୨୦ ତାରିଖଦିନ। ଏହା କରୋନା ଭୁତାଣୁ ସଂକ୍ରମଣର ଭ୍ରାବହତା ଏବଂ ଏହାକୁ ରୋକିବା ଲାଗି ଯେଉଁ ପଦକ୍ଷେପ ନିଆଯାଉଛଇ ସେ ବିଷୟରେ ଆଲୋଚନା ହୋଇଥିଲା। ମାର୍ଚ ୨୨ରେ ମୋଦି କରାନା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଲାଗି ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ମାର୍ଚ ୨୪ ତାରିଖ ଦିନ ଦେଶ ସାରା ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାପରେ ଲକ୍ଡାଉନ ସ୍ଥିତି ଆଲୋଚନା କରିବା ଓ ରାଜ୍ୟମାନଙ୍କ ମତାମତ ସଂଗ୍ରହ ଲାଗି ପୁଣିଥରେ ଭିଡିଓ କନ୍ଫରେନ୍ସିଂରେ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଷ।ଳ ପରବର୍ତ୍ତୀ ସମୟରେ ଦ୍ଵିତୀୟ ଥର ପାଇଁ ଲକ୍ଡାଉନ୍ ଘୋଷଣା କରିଥିଲେ।