#OdishaFightsWithCorona: ଆଉ ୨ଜଣ ସୁସ୍ଥ
ଭୁବନେଶ୍ୱର(ଓଟି): ରାଜ୍ୟରେ ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ ରୋଗୀ। ସେମାନେ ୨ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଫଳରେ ସାଧାରଣରେ ଖୁସି ଦେଖା ଦେଇଛି।
ଦୁଇଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହ ଓଡ଼ିଶାରେ କରୋନାରେ ଆକ୍ରାନ୍ତ ଥିବା ୩୨ଜଣ ସୁସ୍ଥ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କରୋନାରେ ଆକ୍ରାନ୍ତ ଥିବା ୮୨ଜଣଙ୍କ ମଧ୍ୟରୁ ୩୨ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି। ବତ୍ତର୍ମାନ ୪୯ଜଣ ରାଜ୍ୟରେ କରୋନାରେ ସକ୍ରିୟ ଅଛନ୍ତି।