ସୁନା କିଣିବାର ଲକ୍‌ଡାଉନ୍‌ ଫର୍ମୁଲା: ଅନ୍‌ଲାଇନ୍‌ରେ ଅର୍ଡର, ପ୍ରାଇସ୍‌ ଲକ୍‌-ଇନ୍‌

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଅକ୍ଷୟତୃତୀୟାରେ ଗ୍ରାହକଙ୍କ ସୁନା କିଣିବା ଆଗ୍ରହକୁ ଲକ୍ଷକରି ସେନ୍‌କୋ ଗୋଲ୍ଡ ପକ୍ଷରୁ ବିଶେଷ ଅଫର ଘୋଷଣା କରାଯାଇଛି। ଏହି ଅଫ୍‌ ଅନୁସାରେ ଗ୍ରାହକ ଏବେ ଲକ୍‌ଡାଉନ୍‌ ସମୟରେ ନିଜ ମନ ପସନ୍ଦର ଅଳଙ୍କାର ପାଇଁ ଅର୍ଡର ବୁକ୍‌ କରିପାରିବେ। ଆଉ ଲକ୍‌ଡାଉନ୍‌ ଖୋଲିଲେ ଶୋ’ରୁମ୍‌ରୁ ତାହା ଆଣିପାରିବେ। ଯଦି ଘରେ ସେ ଅଳଙ୍କାର କମ୍ପାନୀ ପକ୍ଷରୁ ପହଞ୍ଚାଇବାକୁ ଚାହିଁବେ ତେବେ ସେ ସବୁବିଧା ବି ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି। ପୁଣି ସବୁଠାରୁ ଗୁରୁତ୍ଵପୂଣ୍ଣ ହେଲା, ଏହି ବୁକିଂ ଓ ଅଳଙ୍କାର ପହଞ୍ଚିବା ଦିନ ଭିତରେ ଯଦି ସୁନା ଦର ଆହୁରି କମିଯାଏ ତେବେ ଗ୍ରାହକଙ୍‌କୁ ସେ ମୂଲ୍ୟ ଫେରସ୍ତ କରାଯିବା ବ୍ୟବସ୍ଥା ହୋଇଛି ବୋଲି ସେନ୍‌କୋ ପକ୍ଷରୁ କୁହାଯାଇଛି।

ଏହି ଅଫର ୨୦୨୦ ଏପ୍ରିଲ୍ ୨୨ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ଚାଲିବ । ଗ୍ରାହକମାନେ ଯେତେବେଳେ ଅନଲାଇନରେ www.sencogoldanddimonds.com ପୋର୍ଟାଲ‌ ଯୋଗେ ବୁକିଙ୍ଗ୍ କରିବେ ସେହିଦିନ ମୂଲ୍ୟ ଲକ୍‌-ଇନ୍ ହୋଇଯିବ । ଲକ୍‌ଡାଉନ୍ ଉଠିଯିବା ପରେ ଗ୍ରାହକମାନେ ଷ୍ଟୋର୍ ପରିଦର୍ଶନ କରି ନିଜ ଗହଣା କିମ୍ବା ସୁନା ଆଣିପାରିବେ ଅନ୍ୟଥା ତାଙ୍କ ଘରକୁ ମଧ୍ୟ ହୋମ୍ ଡେଲିଭରି ସୁବିଧା ନେଇପାରିବେ । ଯଦି ଡେଲିଭରି ସମୟ ଭିତରେ ସୁନା ଦାମ୍‌ରେ ହ୍ରାସ ଘଟିବ ତେବେ ଗ୍ରାହକମାନଙ୍କ ପାଇଁ ସେହି କମ୍ ମୂଲ୍ୟର ଦର ଲାଗୁ ହେବ ।

ଏହି ଅବସରରେ ସେନ୍‌କୋ ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡସ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶୁଭଙ୍କର ସେନ୍ କହିଛନ୍ତି ଯେ, “ଆମେ ଏକ ଅଭାବନୀୟ ସମୟ ଭିତରେ ଜୀବନଯାପନ କରୁଛେ ଏବଂ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ରେ ଆମର ବିଶ୍ୱାସ ରହିଛି ଯେ କଠିନ ସମୟ ସର୍ବଦା ନୂତନତ୍ୱକୁ ଜନ୍ମ ଦେଇଥାଏ । ମୂଲ୍ୟ ସୁରକ୍ଷା ଗ୍ୟାରେଂଟି ଥିବା ଆମର ଅକ୍ଷୟ ତୃତୀୟା ଅଫର ହେଉଛି ଲକ୍‌ଡାଉନ୍‌ରେ ଥିବା ଗ୍ରାହକଙ୍କ ପାଇଁ ସେବା ପ୍ରଦାନ କରିବାର ଏକ ଅଭିନବ ଉପାୟ ଏବଂ ଏହି ପବିତ୍ର ସମୟରେ ଯେଭଳି ସେମାନେ ସୁନା କିଣିବା ସୁଯୋଗକୁ ହାତ ଛଡା଼ ନକରନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ଆମର ଗ୍ରାହକମାନେ କେବଳ ସୁନା ଦର ଓ ଗଢ଼ା ମୂଲ୍ୟ ଉପରେ ଉଲ୍ଲେଖନୀୟ ରିହାତି ପାଇବେ ତାହା ନୁହେଁ ବରଂ ନିଜ କିଣାକିଣି ବେଳେ କୋଭିଡ୍‌-୧୯ ରିଲିଫ୍ ପାଣ୍ଠିକୁ ଅବଦାନ ପ୍ରଦାନ କରିବାର ସୁଯୋଗ ପାଇପାରିବେ ।’’

Leave a Reply

Your email address will not be published. Required fields are marked *