ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ୩ ଯାଏଁ ବନ୍ଦ
ଭୁବନେଶ୍ୱର(ଓଟି): ରାଜ୍ୟ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆସନ୍ତା ମେ ୩ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ମଙ୍ଗଳବାର ନିର୍ଦ୍ଦେଶ ଦେଇଛି। ପୂର୍ବରୁ ଏହା ୨୧ ତାରିଖରେ ଖୋଲିବ ବୋଲି କୁହାଯାଇଥିଲା। ତେବେ ସାମଗ୍ରିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ସାଧାଣ ପ୍ରଶାସନ ବିଭାଗ ପକ୍ଷରୁ ଏନଇେ ବିଜ୍ଞପ୍ତି ଜାରି ହୋଇଛି। ସେହି ଅନୁଯାୟୀ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର ଏବଂ ଜୟପୁରରେ ଥିବା ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ପୂର୍ବରୁ ବିଭାଗୀୟ କମିଶନର-କମ୍-ସେକ୍ରେଟାରୀ ଶାଶ୍ଵତ ମିଶ୍ର ଏପ୍ରିଲ୍ ୨୧ରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।