କାରିଗରଙ୍କ ଠାରୁ ସିଧାସଳଖ ହାତବୁଣା ସାମଗ୍ରୀ କିଣିବାକୁ ଟାଟା ଟ୍ରଷ୍ଟ‌ର “ଅନ୍ତରଣ” ଅଭିଯାନ

ଭୁବନେଶ୍ୱର: ଟାଟା ଟ୍ରଷ୍ଟସ୍ ତରଫରୁ “ଅନ୍ତରଣ” ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି ଯେଉଁଥିରେ ପ୍ରତିଟି ଲୋକଙ୍କୁ ସିଧାସଳଖ ଭାବେ ପାଇକାରୀ ମୂଲ୍ୟରେ ଅନ୍‍ଲାଇନ୍‍ ପ୍ଳାଟ୍‍ଫର୍ମରେ ବୁଣାକାରଙ୍କ ଠାରୁ ସାମଗ୍ରୀ କିଣିପାରିବେ । ଏଥିପାଇଁ ଏକ ସ୍ୱତନ୍ତ୍ର ୱେବ୍‍ ପୋର୍ଟାଲ୍‍ ନିର୍ମାଣ କରାଯାଇଛି ତାହା ହେଲା www.antaranartisanconnect.in । ଲକ୍‌ଡାଉନ ସମୟରେ ବୁଣାକାରଙ୍କୁ ସହ୍ରାତା ଦେବା ଲାଗି ଏହି କାର୍ଯ୍ୟକ୍ରମ ସହୟକ ହେବ । ସାମଗ୍ରୀର ଡେଲିଭରି ଯଥାଶୀଘ୍ର ସମ୍ଭବ କରାଯିବ ବୋଲି ଟଷ୍ଟ ପକ୍ଷରୁ କୁହାଯାଇଛି ।
ଟାଟା ଟ୍ରଷ୍ଟର କ୍ରାଫ୍ଟସ୍ ମୁଖ୍ୟ ଶାରଦା ଗୌତମ କହିଛନ୍ତି ଯେ, କୋଭିଡ୍‌-୧୯ ବୟନ ଶିଳ୍ପର ମେରୁଦଣ୍ଡ ଦୋହଲାଇ ଦେଇଛି । ଏଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ସେମାନେ ଆମ ଦାନକୁ ଚାହିଁ ବସିନାହାନ୍ତି । ସେମାନଙ୍କ ହସ୍ତକଳା ପ୍ରତି ଆମର ସ୍ୱୀକୃତି ସେମାନେ ଚାହୁଛନ୍ତି ଓ ଆମେ ସେହି ସାମଗ୍ରୀଗୁଡ଼ିକୁ କିଣି ଆମର ଭଲ ପାଇବା ପ୍ରଦର୍ଶନ କରିପାରିବା ।’’
ଓଡ଼ିଶାର ମାଣିଆବନ୍ଧର ଇକତ୍‌, ସିଲ୍କ ଓ ଗୋପାଳପୁରର ଗିଚା ଓ ଟସର, ଆସାମର କାମରୂପ କଟନ ଓ ଏରି୍ ସିଲ୍କ, ନାଗାଲ୍ୟାଣ୍ଡ୍‌ର ଦିମାପୁର ଓ ଫେକ୍‌, ବ୍ୟାକ୍ ଷ୍ଟ୍ରାପ୍ ଲୁମ୍ ବସ୍ତ୍ର, ଆନ୍ଧ୍ର ପ୍ରଦେଶର ଭେଙ୍କଟଗିରିର ଫାଇନ୍ କଟନ ଓ ସିଲ୍ମ ସହିତ ଜାମଦାନି ଓ ଜରି ଆଦି ଲୁକ୍କାୟିତ କ୍ଲଷ୍ଟର୍‌କୁ ନେଇ ଅନ୍ତରଣ ଅଭିଯାନ ଆରମ୍ଭ କରାଯାଇଛି ।
କ୍ଷୁଦ୍ର କାରିଗର ଓ ଉତ୍ପାଦକ ଦଳଗୁଡ଼ିକ ଅଣସଂଗଠିତ କ୍ଷେତ୍ରର ହୋଇଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ମିଳେନାହିଁ । ଏହି କଠିନ ସମୟରେ ସେମାନେ ଆର୍ଥିକ ସଂସ୍ଥାଗୁଡ଼ିକ ଉପରେ ମଧ୍ୟ ଭରସା କରିପାରିବେ ନାହିଁ । ଯଦିଓ ଭାରତ ସରକାର ଗରିବ ଲୋକଙ୍କ ପାଖରେ ମାଗଣାରେ ଖାଦ୍ୟ ପହଂଚାଇବା ଲାଗି ପାରୁ ପର୍ଯ୍ୟନ୍ତ ପ୍ରୟାସ କରୁଛନ୍ତି ତଥାପି କାରିଗରମାନେ ପରିବାର ସଦସ୍ୟଙ୍କୁ ଖୁଆଇବା ପାଇଁ ସଂଘର୍ଷ କରୁଛନ୍ତି । ଅନ୍ତରଣର ଟିମ୍ ଓ କାରିଗରମାନେ ମିଶି ଅନଲାଇନ୍ ଆଲୋଚନା ଜରିଆରେ ନୂତନ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ସେମାନେ ଭାବର ଆଦାନପ୍ରଦାନ, ମାତମାତ ଗ୍ରହଣ, ପରିକଳ୍ପନା ଚୂଡ଼ାନ୍ତ କରିବା କାର୍ଯ୍ୟ କରୁଛନ୍ତି । ଲକ୍‌ଡାଉନ୍ ଶେଷ ହେବା ପରେ ଏହା ଉପରେ କାର୍ଯ୍ୟ ଆରମ୍ଭ କରିବା ଲାଗି କାରିଗରମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *