ରାଜ୍ୟ ପାଇଁ ଦୁଃଖ: କରୋନାରୁ ସୁସ୍ଥ ପରେ ମୃତ୍ୟୁ

ଭୁବନେଶ୍ୱର(ଓଟି): ମହାମାରୀ କରୋନା ରାଜ୍ୟରେ ଜଣଙ୍କ ପ୍ରାଣ ନେଇଥିଲା। ତେବେ ଆଜି ଆଉଜଣେ ପ୍ରାଣ ହରାଇଥିବା ଖବର ରାଜ୍ୟବାସୀଙ୍କୁ ବଡ଼ ଦୁଃଖ ପହଞ୍ଚାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତି କରୋନା କବଳରୁ ସୁସ୍ଥ ହୋଇସାରିଥିଲେ।

ସୂଚନା ଅନୁସାରେ ମୃତକ ଜଣଙ୍କ ହେଉଛନ୍ତି ରାଜ୍ୟର ୪୪ ନମ୍ବର କରୋନା ଆକ୍ରାନ୍ତ। କିନ୍ତୁ ସେ ରାଜ୍ୟ ବାହାରର ବାସିନ୍ଦା। ପଡ଼ୋଶୀ ପଶ୍ଚିମବଙ୍ଗରୁ ଆସି ରାଜଧାନୀରେ ଚିକିତ୍ସା ହେଉଥିଲେ। ଏଠାରେ ପଜିଟିଭ୍‌ ଚିହ୍ନଟ ହେବାପରେ ତାଙ୍କର ଚିକିତ୍ସା କରାଯାଉଥିଲା। ପରେ ସେ କରୋନା କବଳରୁ ମୁକୁଳି ସୁସ୍ଥ ହୋଇଥିଲେ। ତେବେ ଆଜି ସକାଳେ ମଲ୍‌ଟି ଅର୍ଗାନ୍‌ ଫେଲ୍ୟୁଅର୍‌ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *