#CoronaUpdate: ଯାଜପୁରରେ ୫, ସୁନ୍ଦରଗଡ଼ରେ୧ ନୂଆ କରୋନା ପଜିଟିଭ୍‌; ରାଜ୍ୟରେ ସମୁଦାୟ ସଂଖ୍ୟା ୭୪

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶାରେ ଆଉ ୬ କରୋନା ରୋଗୀଙ୍କୂ ଚିହ୍ନଟ କରାଯାଇଛି। ଫଳରେ ଗୋଟିଏ ଦିନରେ ରାଜ୍ୟରେ  ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟାରେ ୧୩ ବୃଦ୍ଧି ଘଟି ତାହା ୭୪ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ନୂଆ କରୋନା ରୋଗୀଙ୍କୁ ଯାଜପୁର ଓ ସୁନ୍ଦରଗଡ଼ରେ ଚିହ୍ନଟ କରାଯାଇଛି। ଏହି  ଏଥିରୁ ଯାଜପୁରରେ ୫ ଜଣ ରହିଥିବା ବେଳେ ଜଣେ ସୁନ୍ଦରଗଡ଼ରୁ ରହିଛନ୍ତି। ପୂର୍ବରୁ ଯାଜପୁର ଜିଲ୍ଲାପାଳ ୬ ଜଣ ପ୍ରବାସୀ ଶ୍ରମିକ କୋଲକତାରୁ ଯାଜପୁର ଆସିଥିବା ନେଇ ସୂଚନା ଦେଇଥିଲେ। ସେମାନେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରିଥିଲେ। କିନ୍ତୁ ଏହି ନୂଆ ସଂକ୍ରମଣ ସନ୍ଦିଗ୍ଧ ଶ୍ରମିକ ନା ନୁହେଁ ତାହା ଜଣାପଡ଼ି ନାହିଁ।

ଏବେ ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୭୪ ରହିଛ। ଏଥରୁ ୪୯ଜଣ ରୋଗୀ ସକ୍ରିୟ ଥିବା ବେଳେ ୨୪ଜଣ ଚିକିତ୍ସା ହୋଇ ଫେରିଛନ୍ତି। ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଆଜି ସକାଳେ ବାଲେଶ୍ଵରରେ ଦୁଇଜଣ ଏବଂ ଭଦ୍ରକରେ ୫ ଜଣ ଆକ୍ରାନ୍ତ ହୋଇଥିବା ନେଇ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଥିଲେ।

ଏବେ ବାଲେଶ୍ଵରରେ ସମୁଦାୟ କରୋନା ଚିହ୍ନିତଙ୍କ ସଂଖ୍ରଶ ୩ ହୋଇଥିବା ବେଳେ ଭଦ୍ରକରେ ୮, କଟକରେ ୧, ଢେଙ୍କାନାଳରେ ୧, ଯାଜପୁରରେ ୭, କଳାହାଣ୍ଡିରେ ୨, କେନ୍ଦ୍ରାପଡ଼ାରେ୨, ଖୋର୍ଦ୍ଧା ୪୬, ପୁରୀରେ ୧ ଏବଂ ସୁନ୍ଦରଗଡ଼ରେ ୭୪ ରହିଛି।

ଅଧିକ କରୋନା ସମ୍ପର୍କିତ ଖବର ପାଇଁ କ୍ଲିକ୍‌ କରନ୍ତୁ: 

ଓଡ଼ିଶାରେ ଆଉ ୭ #Corona ପଜିଟିଭ୍‌, ସମୁଦାୟ ସଂଖ୍ୟା ୬୮

#OdishaFightsCorona: ଗ୍ରାମାଞ୍ଚଳରେ କରୋନା ପଦଧ୍ବନୀ, ବଢ଼ିଲା ବାଲେଶ୍ଵର ଓ ଭଦ୍ରକରେ କରୋନା ଆତଙ୍କ

ଭାରତରେ କରୋନା ପରୀକ୍ଷଣ ୪ ଲକ୍ଷ ପାର୍‌, ୧୭ ହଜାର ୬୧୫ ପଜିଟିଭ୍‌

Leave a Reply

Your email address will not be published.