#OdishaFightsCorona: ଗ୍ରାମାଞ୍ଚଳରେ କରୋନା ପଦଧ୍ବନୀ, ବଢ଼ିଲା ବାଲେଶ୍ଵର ଓ ଭଦ୍ରକରେ କରୋନା ଆତଙ୍କ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଉତ୍ତରାଞ୍ଚଳରେ ଏବେ କରୋନା କାୟା ମେଲାଇବା ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଯେଉଁ ସାମ୍ପଲ୍ ବାଲେଶ୍ଵର ଓ ଭଦ୍ରକରୁ ଗତକାଲି ସଂଗ୍ରହ କରାଯାଇଥିଲା ସେମାନଙ୍କ ଭିତରୁ ୭ଜଣଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଛି। ଏହି ୭ ଜଣଙ୍କ ଭିତରୁ ବାଲେଶ୍ଵରରେ ୨ଜଣ ଥିବା ବେଳେ ଭଦ୍ରକ ଜିଲ୍ଲାର ୫ଜଣ କରୋନା ପଜିଟିଭ୍ ରୋଗୀ ରହିଛନ୍ତି। ବାଲେଶ୍ଵର ପ୍ରଶାସନ ପକ୍ଷରୁ ସେମାନେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଏମାନେ ସହରାଞ୍ଚଳ ତଥା ଏନ୍ଏସି ବା ମ୍ୟୁନିସିପାଲିଟି ଅଞ୍ଚଳର ନୁହନ୍ତି ବରଂ ଗ୍ରାମାଞ୍ଚଳର ବୋଲି ପ୍ରାଥମିକ ସୂଚନାର ମିଳିଛି।
ଭଦ୍ରକ ଜିଲ୍ଲାରେ ମିଳିଥିବା ୫ ନୂଆ କରୋନା ରୋଗୀ ଗ୍ରାମାଞ୍ଚଳର ବୋଲି ଠାବ ହେଲା ପରେ ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏହି ୫ଜଣ ରୋଗୀଙ୍କ ଭିତରୁ ୩ ଜଣ ବାସୁଦେବପୁର ଏବଂ ୨ ଜଣ ଭଣ୍ଡାରିପୋଖରୀ ଅଞ୍ଚଳର। ଏହି ସୂଚନାକୁ ଆଖିରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ଦୁଇ ବ୍ଲକ୍ର ୫ ଗ୍ରାମ ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଉଭୟ ବ୍ଲକ୍ରେ ପ୍ରତିବନ୍ଧକ ଲାଗୁ କରାଯାଇଛି।
କିଛିଦିନ ପୂର୍ବରୁ ଏପ୍ରିଲ୍ ୧୮ ତାରିଖ ଦିନ ବାଲେଶ୍ଵରରର ନିଳିଆବାଗ୍ ଅଞ୍ଚଳରୁ ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଛି। ଏହି ପୁରୁଷ ରୋଗୀଙ୍କ ବୟସ ୫୮ ବୋଲି ସୂଚନା ଦିଆଯାଇଛି ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ। ଏବେ ନୂଆ ଦୁଇଜଣ କରୋନା ରୋଗୀଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହୋଇଛି।
ଲକ୍ଡାଉନ୍ ସମୟରେ ଜିଲ୍ଲାକୁ ବିଭିନ୍ନ ପରିବହନ ଗାଡ଼ିରେ ଅନ୍ୟ ରାଜ୍ୟରୁ ଲୋକେ ଲୁଚି ଛପି ଆସୁଥିବାରୁ ଏବେ ଜିଲ୍ଲାରେ ଆଶଙ୍କା ବଢ଼ିବାରେ ଲାଗିଛି।
ସେହିପରି ଭଦ୍ରକରେ ପୂର୍ବରୁ ତିନି ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ଭିତରୁ ଦୁଇଜଣ ସୁସ୍ଥ ହୋଇଥିଲେ। ସେମାନଙ୍କର ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭା ସହ ସମ୍ପର୍କ ଥିବା ସୂଚନା ମିଳିଥିଲା। ଏବେ ଏହି ଦୁଇଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି।
ଅଧିକ କରୋନା ସମ୍ପର୍କିତ ଖବର ପାଇଁ ନିମ୍ନରେ କ୍ଲିକ୍ କରନ୍ତୁ
ଓଡ଼ିଶାରେ ଆଉ ୭ #Corona ପଜିଟିଭ୍, ସମୁଦାୟ ସଂଖ୍ୟା ୬୮
#covid19 ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଥାନା ଅଧିକାରୀ ନିଲମ୍ବିତ
ଭାରତରେ କରୋନା ପରୀକ୍ଷଣ ୪ ଲକ୍ଷ ପାର୍, ୧୭ ହଜାର ୬୧୫ ପଜିଟିଭ୍