୧୯ରୁ ବୁର୍ଲା ମେଡ଼ିକାଲରେ #କରୋନା ପରୀକ୍ଷା

ଭୁବନେଶ୍ୱର(ଓଟି): ରାଜ୍ୟର ଆଉ ଏକ ମେଡିକାଲ୍‌ କଲେଜରେ ଆରମ୍ଭ ହେବାକୁ ଯାଉଛି କୋଭିଡ୍‌-୧୯ ପରୀକ୍ଷା। ଏନେଇ ଆଜି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଏ ସମ୍ପର୍କରେ ବୁର୍ଲା ମେଡିକାଲରେ ସମୀକ୍ଷା ବୈଠକ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ୧୯ ତାରିଖରୁ ବୁର୍ଲାରେ କରୋନା ଟେଷ୍ଟ କରାଯିବ।

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ବୁର୍ଲାରେ ୪୫ଜଣଙ୍କ ଟେଷ୍ଟ କରାଯିବ ଏବଂ ଆଗକୁ ଟେଷ୍ଟିଂର ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟରେ ୬୦ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମିତ ଚିକିତ୍ସାଧୀନଙ୍କ ସଂଖ୍ୟା ୩୮ରେ ରହିଛି।

Leave a Reply

Your email address will not be published. Required fields are marked *