#କୋଭିଡ୍-୧୯ ମୁକାବିଲା: ସହରାଞ୍ଚଳ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ମଞ୍ଜୁର

ଭୁବନେଶ୍ୱର(ଓଟି): କୋଭିଡ-୧୯ ତଥା କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସହରାଞ୍ଚଳରେ ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ଏହାଦ୍ୱାରା ୪ ଲକ୍ଷ ୫୦ ହଜାର ହିତାଧିକାରୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।

ସୂଚନା ଅନୁସାରେ Urban Wage Employment Initiative ନାମରେ ଜରୁରିକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମିଶନ ଶକ୍ତି ସଦସ୍ୟଙ୍କ ସହାୟତାରେ ଚଳିତ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର  ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଫଳରେ ୧୧୪ଟି ପୌରାଞ୍ଚଳର ଦୁର୍ବଳ ଶ୍ରେୀର ଲୋକେ ରୋଜଗାରକ୍ଷମ ହୋଇପାରିବେ। ହିତାଧିକାରୀଙ୍କୁ ପ୍ରତି ସପ୍ତାହରେ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏହି ଯୋଜନାରେ ବର୍ଜ୍ୟବସ୍ତୁ ସଫେଇ, ଜଳାଶୟ ଖନନ ଆଦି କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published.